ଆଇଫା ଆୱାର୍ଡ ସଫଳ କରିବା ପାଇଁ ନେପାଳ ସରକାର ତତ୍ପର
ଇଣ୍ଡିଆନ ଫିଲ୍ମ ଜଗତର ଫେମସ ଏୱାର୍ଡ ସୋ ଆଇଫା ଚଳିତ ବର୍ଷ ନେପାଳ ରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପୁରସ୍କାର ଉତ୍ସବ ନାପାଳ ରେ ପାଳିତ ହେବା ଦ୍ୱାରା ନେପାଳ ର ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହେବ ବୋଲି ସରକାର ଆଶା କରିଛନ୍ତି । ୨୦୧୫ ରେ ହୋଇଥିବା ଭୂମିକମ୍ପ ରେ ନେପାଳ ର ପର୍ଯ୍ୟଟନ ଶିଳ୍ପ ବହୁଳ ଭାବେ ପ୍ରଭାବିତ ହୋଇଥିଲ । ଯାହା ଫଳରେ ଆଶାତିତ ଭାବେ ପର୍ଯ୍ୟଟକ ଆସିବା ବନ୍ଦ କରିଦେଇଥିଲେ । ଏଥି ପାଇଁ ସରକାରର ରାଜ କୋଷ କୁ ବହୁତ କ୍ଷତି ସହିବାକୁ ପଡୁଛି । ନାପାଳର ପର୍ଯ୍ୟଟନ ମନ୍ତ୍ରାଳୟ ଆଶା ରଖିଛି ଯେ ଏଭଳି ପୁରସ୍କାର ଆୟୋଜନା ହେବା ଦ୍ୱାରା ଦେଶ ବିଦେଶ ରେ ଅନେକ ପର୍ଯ୍ୟଟକ ଆସିବେ ଯାହା ଫଳରେ ସେମାନେ ନେପାଳ ର କଳା ଓ ସଂସ୍କୃତ ବିଷୟରେ ସୂଚନା ପାଇପାରିବେ । ଏଥି ପାଇଁ ନେପାଳ ସରକ।।ର ୪ କୋଟି ବ୍ୟୟ କରିବେ ବୋଲି ସୂଚନା ମିଳିଛି । ୩ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶ ର ବହୁ ଅଭିନେତା ଓ ଅଭିନେତ୍ରୀ ଙ୍କ ର ମହାସଙ୍ଗମ ହେବ ।