ଆଇବିଏମ୍ ଓଡ଼ିଶା ରାଜ୍ୟ ସରକାର ଏବଂ ଜାଭିୟର ୟୁନିଭରସିଟି ସହିତ ମିଳିତ ହୋଇ କଲ୍ ଫର୍ କୋଡ୍ର ଶୁଭାରମ୍ଭ

ଭୁବନେଶ୍ୱର: (ଯୁଗାବ୍ଦ ନ୍ୟୁଜ୍) ଆଇବିଏମ୍ ପକ୍ଷରୁ ଓଡ଼ିଶା ରାଜ୍ୟ ସରକାର ଏବଂ ଜାଭିୟର ୟୁନିଭରସିଟି ସହିତ ମିଳିତ ହୋଇ କଲ୍ ଫର୍ କୋଡ୍ର ଆରମ୍ଭ କରାଯିବ । ଏନେଇ ଏକ ଦିନିକିଆ ହାକାଥନ୍ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସଫ୍ଟୱେର ଡେଭଲପର୍ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବ କମ୍ କରିବା ପାଇଁ ସମାଧାନ ଉପଲବ୍ଧ କରାଇବା ସମ୍ପର୍କରେ ଏହି ହାକାଥନ୍ରେ ଆଲୋଚିତ ହୋଇଥିଲା । ବାତ୍ୟା ଫନିର ଏକ ମାସ ପରେ ଆଇବିଏମ୍ ପକ୍ଷରୁ ଓଡ଼ିଶା ରାଜ୍ୟ ସରକାର ଏବଂ ଜାଭିୟର ୟୁନିଭରସିଟି ସହିତ ମିଳିତ ହୋଇ କ୍ଲାଉଡ୍, ଏଆଇ,ଆଇଓଟି ଏବଂ ବ୍ଲକ୍ ଚେନ୍ ଆଦିର ସହାୟତାରେ ଆବଶ୍ୟକ ସମାଧାନ ଉପଲବ୍ଧ କରାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ଆଇବିଏମ୍ ପକ୍ଷରୁ ଏଭଳି ସମାଧାନ ଦିଲ୍ଲୀ, ପୁଣେ, ହାଇଦ୍ରାବାଦ୍ ଏବଂ ବାଙ୍ଗାଲୁର୍ରେ ଆୟୋଜିତ ହୋଇଛି । ଏସବୁ ସ୍ଥାନରେ ୧୦୦ରୁ ଅଧିକ ଲେଖାଏଁ ଅଂଶଗ୍ରହଣକାରୀ ଯୋଗ ଦେଇଛନ୍ତି । କଲ୍ ଫର୍ କୋଡ୍ ଅଭିନବ ପ୍ରୟାସ ୫ ବର୍ଷ ଧରି ବିଶ୍ୱବ୍ୟାପି କାର୍ଯ୍ୟକାରୀ ହେଉଛି । ୨୦୧୯ ଏହା ପ୍ରାକୃତିକ ବିପର୍ଯ୍ୟୟ ସମାଧାନ ଉପଲବ୍ଧ କରାଇବାର ଉଦ୍ୟମ ଆରମ୍ଭ କରିଛି । ଏହା ବ୍ୟକ୍ତିଗତ ସ୍ୱାସ୍ଥ୍ୟ ତଥା ଗୋଷ୍ଠୀ ଉନ୍ନୟନ ଉପରେ ଏହା ଧ୍ୟାନ କେନ୍ଦ୍ରୀତ କରିଛି । ଓଡ଼ିଶା ରାଜ୍ୟ ସରକାର ଫନି ବାତ୍ୟା ସମୟରେ ଜୀବନ ତଥା ଅନ୍ୟ କ୍ଷୟକ୍ଷତିକୁ କମ୍ କରାଇ ପାରିଛନ୍ତି । ଆଗାମୀ ଦିନରେ ଜ୍ଞାନକୌଶଳ ଉପଯୋଗ ଦ୍ୱାରା ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟରେ ହେଉଥିବା କ୍ଷୟକ୍ଷତି ଅଧିକ କମ୍ କରାଯାଇ ପାରିବ ।


