ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସାନିଟାଇଜର ଓ ମାସ୍କ ପ୍ରଦାନ
ଛତ୍ରପୁର,(ଓ୍ବାଇଏନ୍ଏସ୍):କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟ କରିଆସୁଛନ୍ତି । ଏହାସହ ଗଂଜାମ ଜିଲ୍ଲାପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ନିମନ୍ତେ ସଚେତନତା ସହ ବିଭିନ୍ନ କାର୍ଯ୍ୟକରାଯାଉଛି। ସମସ୍ତଙ୍କୁ ମାସ୍କ ପିନ୍ଧିବା ନିମନ୍ତେ କୁହାଯାଇଛି। ନୋ ମାସ୍କ ରାସନ ମଧ୍ୟ କଟକଣା କରାଯାଇଛି । ଯେଉଁ ମାନେ ମାସ୍କ ପିନ୍ଧି ନଥିବେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି।ଏନେଇ ଗଂଜାମ ଜିଲ୍ଲା ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଗୁରୁବାର ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ନିମନ୍ତେ ମାସ୍କ୍ ଓ ସାନିଟାଇଜର ପ୍ରଦାନ କରାଯାଇଛି ।ଏହି ବାବଦରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କୁ ସମସ୍ତ ମାସ୍କ ଓ ସାନିଟାଇଜରକୁ ହସ୍ତାନ୍ତର କରାଯାଇଛି । ସେହିପରି ଗଂଜାମ ପୁଲିସ କାର୍ଯ୍ୟାଳୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା, ବ୍ଲକ, ତହସିଲ ଓ ଏନ୍ଏସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ନିମନ୍ତେ ମଧ୍ୟ ବ୍ୟାଙ୍କ ପକ୍ଷରୁ ମାସ୍କ୍ ଓ ସାନିଟାଇଜର ପ୍ରଦାନ କରାଯାଇଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷରୁ ସୂଚନା ମିଳିଛି ।


