ଆଇସିଆଇସିଆଇ-ଭିଡିଓକନ୍ ମାମଲା ଚନ୍ଦା ଓ ତାଙ୍କ ସ୍ୱାମୀଙ୍କୁ ସମନ
ନୂଆଦିଲ୍ଲୀ, (ଏଜେନ୍ସି): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ବ୍ୟାଙ୍କ୍ ଋଣ ଠକେଇ ସହିତ ସମ୍ପୃକ୍ତ ଧନଶୋଧନ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ମୂଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଚନ୍ଦା କୋଚର୍ ଓ ତାଙ୍କ ସ୍ୱାମୀ ଦୀପକ କୋଚର୍ଙ୍କୁ ସମନ ଜାରି କରି ଆସନ୍ତା ସପ୍ତାହରେ ଉପସ୍ଥିତ ହେବାକୁ କେହିଛନ୍ତି । ଇଡ଼ି ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ ଚନ୍ଦା କୋଚର୍ଙ୍କୁ ମଇ ୩ରେ ଉପସ୍ଥିତ ହେବାକୁ କୁହାଯାଇଛି । ତେବେ ଦୀପକ ଓ ତାଙ୍କ ଭାଇ ରାଜୀବଙ୍କୁ ଏପ୍ରିଲ୍ ୩୦ରେ ମାମଲାର ଯାଞ୍ଚ୍ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ କୁହାଯାଇଛି । ସେ ଧନଶୋଧନ ନିବାରଣ ଅଧିନିୟମ (ପିଏମ୍ଏଲ୍ଏ) ଅଧିନରେ ସୂଚନା ଦାଏର କରିବା ପାଇଁ ମଧ୍ୟ କୁହାଯାଇଛି । ସେ କହିଛନ୍ତି ଯେ ଚନ୍ଦା କୋରର୍ଙ୍କ ସମେତ ଅନ୍ୟମାନଙ୍କୁ ଗତ ସପ୍ତାହରେ ସମନ ପଠାଯାଇଛି । ଅଧିକାରୀଙ୍କ ଅନୁସାରେ ଯାଞ୍ଚ୍ ଅଧିକାରୀଙ୍କୁ ଯାଞ୍ଚ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ଆବଶ୍ୟକ ହେବ । ଏହା ବ୍ୟତୀତ ସେମାନଙ୍କୁ ଘରୋଇ ଓ ଅଧିକାରିକ ଆର୍ଥିକ ସୂଚନା ସହିତ ସମ୍ପୃକ୍ତ କିଛି ଦସ୍ତାବିଜ ଆଣିବା ପାଇଁ ମଧ୍ୟ କୁହାଯାଇଛି । ବ୍ୟାଙ୍କ୍ ଋଣ ମାମଲାରେ ମାର୍ଚ୍ଚ୧ରେ ଚଢ଼ଉ ପରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚନ୍ଦା କୋଚର୍ ଓ ତାଙ୍କ ସ୍ୱାମୀଙ୍କ ଠାରୁ ଇଡ଼ିଙ୍କ ମୁମ୍ବାଇ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ । ଇଡ଼ି ଚନ୍ଦା କୋଚର୍, ତାଙ୍କ ପରିବାର ଓ ଭିଡ଼ିଓକନ୍ ସମୂହର ବେଣୁଗୋପାଳ ଧୁତଙ୍କ ମୁମ୍ବାଇ ଓ ଔରଙ୍ଗାବାଦ୍ ଠିକଣାରେ ଚଢ଼ଉ କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଳିତ ବର୍ଷ ଆରମ୍ଭରେ ଚନ୍ଦା କୋଚର୍, ତାଙ୍କ ସ୍ୱାମୀ ଦୀପକ କୋଚର୍, ଧୁତ ଓ ଅନ୍ୟମାନଙ୍କ ବିରୋଧରେ ଆଇସିଆଇସିଆଇ ଦ୍ୱାରା ଭିଡ଼ିଓକନ୍ ସମୂହକୁ ୧୮୭୫କୋଟି ଟଙ୍କାର ଋଣକୁ ମଞ୍ଜୁରୀ ଦେବା ମାମଲାରେ କଥିତ ଅନିୟମିତତା ଓ ଭ୍ରଷ୍ଟାଚାରର ଯାଞ୍ଚ୍ ପାଇଁ ପିଏମ୍ଏଲ୍ଏ ଅଧିନରେ ଅପରାଧିକ ମାମଲା ଦାଏର କରାଯାଇଥିଲା ।