ଆଇସିଏସଇ ଦଶମ, ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ
ଭୁବନେଶ୍ୱର: ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଇସିଏସଇ ଦଶମ ପାସହାର ୯୯.୩୩ ପ୍ରତିଶତ ରହିଥିବା ବେଳେ ଆଇଏସସି ଦ୍ବାଦଶ ପାସହାର ୯୬.୮୪ ପ୍ରତିଶତ ରହିଛି। ଆଭରେଜ ମାର୍କିଂ ଆଧାରରେ ଏହି ରେଜଲ୍ଟ ପ୍ରକାଶ ପାଇଛି । ଆଇସିଏସଇ ଏବଂ ଆଇଏସସି ୱେବସାଇଟରେ ଛାତ୍ରଛାତ୍ରୀମାନେ ଫଳ ଦେଖିପାରିବେ । ମୋବାଇଲ ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ଦେଖିପାରିବେ।