ଆଇସିଏସଏସଓ ସମ୍ମିଳନୀର ଉଦଜାପନୀ ଉତ୍ସବ
ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଆର. ସୀତାପୁରସ୍ଥିତ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ତିନିଦିନିଆ ଚତୁର୍ଥ ଆନ୍ତର୍ଜାତୀୟ ଆଇସିଏସଏସଓ ସମ୍ମିଳନୀର ଉଦଜାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଫେସର ଲିଓମାର.ଏସ.ଗାଲିସିଆ , ଫିଲପାଇନଓ ଶିଳ୍ପ ଏବଂ ବୈଷୟିକ ଇଞ୍ଜିନିୟରିଂ ୪.୦ – ସୁବିଧା ଏବଂ ସୁଯୋଗ ବିଷୟରେ ଆଲୋକପାତ କରିଥିଲେ । ପ୍ରଫେସର କାଥେରିନ ଏସ.ହେରାନଡେଜ, ଫିଲପାଇନସ ସ୍ମାର୍ଟ ଉପରଣ ପ୍ରସ୍ତୁତି ଉପରେ ସୂଚନା ଦେଇଥିଲେ । ପ୍ରଫେସର କାଥେରିନ ଏସ.ଓରୋଜକୋ ସୁଚନା ଏବଂ ଏହାର ବ୍ୟବହାର ସମ୍ପର୍କରେ ସ୍କାଇପ ମାଧ୍ୟମରେ ସମସ୍ତଙ୍କୁ ପ୍ରେରିତ କରିଥିଲେ ଉଦଯାପନୀ ଉତ୍ସବରେ ପ୍ରଫେସର ଫିଲିପ ପିକୋନସିଲୋ ମୁଖ୍ୟ ଅତିଥୀ , ପ୍ରଫେସର ଡି.ଏନ. ରାଓ , ଉପସଭାପତି , ସିୟୁଟିଏସ , ପ୍ରଫେସର ଅନୀତା ପାତ୍ର , ରେଜଷ୍ଟ୍ରର , ପ୍ରଫେସର ଆର. ସି ମହାନ୍ତି ,ଆବାହକର ପ୍ରଫେସର ଅଶୋକ ମିଶ୍ର ପରିଚାଳନା ସଂପାଦକ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥୀ ତାଙ୍କ ବକ୍ତବ୍ୟରେ ବର୍ତ୍ତମାନର ଯୁବପିଢୀଙ୍କୁ ସୁଚନା ଏବଂ ପ୍ରଯୁକ୍ତି ବିଦ୍ୟା ଏବଂ ଉନ୍ନତମାନର ବୈଷୟିକଜ୍ଞାନ କୌଶଳ ବ୍ୟବହାର ନିମନ୍ତେ ପ୍ରବର୍ତ୍ତାଇ ଥିଲେ । ପ୍ରଫେସର ଅଶୋକ ମିଶ୍ର ସମ୍ମିଳନୀର ବିଶଦ ବିବରଣୀ ପାଠ କରିଥିଲେ । ସମ୍ମିଳନୀର ସଫଳ ଆୟୋଜନ ନିମନ୍ତେ ସମସ୍ତ ଅଧ୍ୟାପକ , ସହଅଧ୍ୟାପକ ପ୍ରାଧ୍ୟାପକମାନଙ୍କୁ ସମ୍ମାନୀତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ସହେଯାଗ ଫଳରେ ସମ୍ମିଳନୀର ସଫଳ ଆୟୋଜନ କରାଯାଇଥିଲା । ପରିଶେଷରେ ପ୍ରଫେସର ଆର.ସି.ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।