ଆଇସିଏସସି ଜୋନାଲ ସ୍ତରୀୟ କବାଡି, ଖୋକ ଓ ଭଲୀବଲ ପ୍ରତିଯୋଗିତା

ଗଂଜାମ, (ବିନୋଦ ପଲାଇ) :ଆଇ ସିଏସସି ଜୋନାଲ ସ୍ତରୀୟ କବାଡି, ଖୋକ ଓ ଭଲିବଲ ପ୍ରତିଯୋଗିତା-2022 ସ୍ଥାନୀୟ ଜୟଶ୍ରୀ କେମିକାଲସ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହାକୁ ଗ୍ରାସୀମ ଇଣ୍ଡଷ୍ଟ୍ରିଜ ର ୟୁନିଟ ହେଡ ଶ୍ରୀଯୁକ୍ତ ଦିଗବିଜୟ ପାଣ୍ଡେ ଉଦଘାଟନ କରିଥିଲେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଫାଈନାନସିଆଲ ର ହେଡ ହରିଶଙ୍କର ଶର୍ମା, ଏଚ ଆଇ ହେଡ ଶ୍ରୀଯୁକ୍ତ ନିରୋଜା ପଟନାୟକ, ସିଏସ୍ ଆର ହେଡ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାନ୍ତି ଓ କର୍ମେଲ ସିନିୟର ସେକେଣ୍ଡାରୀ ପ୍ରିନ୍ସପାଲ ସିଷ୍ଟର ଡୋରଟ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ଜୋନର ଡିପଲ,ସେଣ୍ଟ ସେଣ୍ଟଭିନିସେଣ୍ଟ, ସେଣ୍ଟ ଜସେଫ,କର୍ମେଣ୍ଟ କନଭେଣ୍ଟ ଓ ଜୟଶ୍ରୀ କେମିକାଲସ ସ୍କୁଲର 125 ଜଣ ପ୍ରତିଯୋଗି ଭାଗ ନେଇଥିଲେ l ଏହି ପ୍ରତି ଯୋଗିତାରେ ଖୋକ ବାଳିକା ବିଭାଗର ଜୟଶ୍ରୀ ଲେମିକlଲସ ଚମ୍ପିୟାନ ହୋଇଥିବା ବେଳେ କର୍ମେଣ୍ଟ କନଭେଣ୍ଟ ରନର୍ସଅପ ହୋଇଥିଲା l ଏହି ଖେଳକୁ ସ୍କୁଲର କ୍ରୀଡା ଶିକ୍ଷକ ସୁନୀଲ କୁମାର ଦାସ, ବିନାୟକ ହୋତା, ସଞ୍ଜୟ କୁମାର ଦାସ, ପ୍ରସାଦ କୁମାର ନାୟକ, ସନ୍ତୋଷ ବିଶୋଇ, ରଘୁନାଥ ରେଡ୍ଡୀ, ସରୋଜ ପାଢ଼ୀ, ସୋମା ଦାସ,ପରିଚାଳନା କରିଥିଲେ l ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଜୟଲକ୍ଷ୍ମୀ ମହାନ୍ତି ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟ କ୍ରମରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମଧ୍ୟ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ