ଆଇସୋଲେସନ କେନ୍ଦ୍ର ପ୍ରସ୍ତୁତିରେ ବିଳମ୍ବ ଯୋଗୁଁ ବିପଦରେ ଅଞ୍ଚଳବାସୀ

ରାଇରଙ୍ଗପୁର:ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି।ଏନେଇ ପୁଲିସ ବିଭାଗ ସଜାଗ ଓ ତତ୍ପର ରହିଥିବାବେଳେ ଅନ୍ୟାନ୍ୟ ବିଭାଗ ସେତିକି ତତ୍ପରତା ଦେଖାଇ ନାହାନ୍ତି ଯାହାଫଳରେ କରୋନା ବିପକ୍ଷରେ ଲଢେଇ ଢିଲା ପଡିଥିଲା ବେଳେ କରୋନା ଭୂତାଣୁର ସଂକ୍ରମଣ ବ୍ୟାପିବା ସମ୍ଭାବନାକୁ ଏଡାଇବାରେ ମୟୁରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ପଛରେ ପଡିଥିବା ଦେଖିବାକୁ ମିଳିଛି।ଗିଦିଘାଟୀ,ବଡପଳସା ଗ୍ରାମପଞ୍ଚାୟତରେ ବର୍ତ୍ତମାନ ଆଇସଲେସନ କେନ୍ଦ୍ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି।ତେବେ ଝରାଡିହି ଗ୍ରାମପଞ୍ଚାୟତରେ ଆଇସୋଲେସନ କେନ୍ଦ୍ରର ପ୍ରସ୍ତୁତି କାର୍ଯ୍ୟ ବର୍ତ୍ତମାନ ଆରମ୍ଭ ହୋଇଥିବାବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଆହୁରୀ ୨/୩’ ଦିନ ଲାଗିବାର ଅନୁମାନ କରାଯାଉଛି।ଏସବୁ ଅଞ୍ଚଳରେ ବିଭିନ୍ନ ବାହାର ରାଜ୍ୟରେ କାମ କରୁଥିବା ବ୍ୟକ୍ତି ଗ୍ରାମକୁ ଫେରିବା ପରେ ସେମାନଙ୍କୁ ଆଇସୋଲେସନ କେନ୍ଦ୍ରରେ ୧୪’ଦିନ ପର୍ଯ୍ୟନ୍ତ ରଖାଯିବାର ନିୟମ କରାଯାଇଛି।ତେବେ ଆଇସୋଲେସନ କେନ୍ଦ୍ର ପ୍ରସ୍ତୁତ ହୋଇ ନଥିବାରୁ ଫେରିଥିବା ଦାଦନ ବ୍ୟକ୍ତି ମାନେ ନିଜ ପରିବାର ସହିତ ଗ୍ରାମ ମଧ୍ୟରେ ରହୁଥିବାରୁ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କାରେ ଗ୍ରାମବାସୀ ତଥା ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଉପରିସ୍ଥ ଅଧିକାରୀ ମାନେ ଏପରି ଜରୁରୀ କାଳୀନ ପରିସ୍ଥିତିରେ ମଧ୍ୟ ତତ୍ପରତା ଦେଖାଉ ନଥିବା ଏବଂ ତଳ ସ୍ତରର ଅଧିକାରିଙ୍କୁ ତାଗିଦ କରାଯାଉ ନଥିବାରୁ ଏ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସାଧାଣରେ ଚର୍ଚ୍ଚା ହେଉଛି।ଅନ୍ୟପଟେ ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତିଙ୍କ ସବିଶେଷ ବିବରଣି ଅଙ୍ଗନଓ୍ବାଡି ଦିଦିଙ୍କ ଦ୍ବରା ଲିପିବଦ୍ଧ କରାଯାଇ ଅଙ୍ଗନଓ୍ବାଡି ସୁପରଭାଇଜର ବା ଉପରିସ୍ଥ ଅଧିକାରୀଙ୍କୁ ସୂଚୀତ କରିବାର ଆଦେଶ ରହିଥିଲା ବେଳେ କେତେକ ଗ୍ରାମର ଅଙ୍ଗନଓ୍ବାଡି କର୍ମି ନିଜ ଦାୟିତ୍ବରୁ ପଛଘୁଞ୍ଚା ଦେଉଥିବାର ଦେଖିବାକୁ ମିଳୁଛି।ଅଙ୍ଗନଓ୍ବାଡି କେନ୍ଦ୍ରର ଛାତ୍ରଛାତ୍ରୀ’ଙ୍କ ଖାଦ୍ୟ ବାବଦକୁ ଶୁଖିଲା ଖାଦ୍ୟ ଚାଉଳ,ଡାଲି,ଅଣ୍ଡା ପ୍ରତ୍ୟକ ପିଲାଙ୍କ ଘରକୁ ଯୋଗାଇ ଦିଆଯିବାର ଆଦେଶକୁ ମଧ୍ୟ ଅମାନ୍ୟ କରାଯାଉଥିବା ଅଭିଯୋଗ ହେଉଛି।ଏସବୁ ଦିଗରେ ବିଭାଗିୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ