ଆଇ.ଆଇ.ପି.ଏ ଭୁବନେଶ୍ୱର ଶାଖା ଆନୁକୁଲ୍ୟରେ ଅନ୍‌ଲାଇନ ମାଧ୍ୟମରେ ମହାମାରୀ ପରିଚାଳନା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):କରୋନା ମହାମାରୀ ପରିପ୍ରେକ୍ଷୀରେ ପ୍ରତ୍ୟେକ୍ଷ ସୂଚନା ଆଦାନପ୍ରଦାନ ସମ୍ଭବପର ହେଉନଥିବା ତଥା ଜନସାଧାଣଙ୍କ ପାଖରେ ସୂଚନା ପହଞ୍ଚିବାର ଆବଶ୍ୟକତାକୁ ଉପଲବଧି କରି ଭାରତୀୟ ଲୋକ ପ୍ରସାଶନ ସଂସ୍ଥା (ଆଇ.ଆଇ.ପି.ଏ), ଭୁବନେଶ୍ୱର ଶାଖା ଆନୁକୁଲ୍ୟରେ ଅନ୍‌ଲାଇନ ମାଧ୍ୟମରେ ମହାମାରୀ ପରିଚାଳନା ତଥା ଏହାର ବିଭିନ୍ନ ଦିଗ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂସ୍ଥାର ଅଧ୍ୟକ୍ଷ ତଥା ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଆଲୋଚ୍ୟ ବିଷୟବସ୍ତୁର ବିଭିନ୍ନ ଦୃଷ୍ଟିକୋଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ପରେ ଶ୍ରୀଯୁକ୍ତ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଶିକ୍ଷାବିତ୍ ତଥା ପ୍ରେରଣାଦାୟକ ବକ୍ତା ଡଃ ଜବାହାର ସୁରିସେଟ୍ଟୀ ସକରାତ୍ମକ ଭାବନା ତଥା ଚିନ୍ତାଧାରା ସହିତ ମହାମାରୀ ପରିଚାଳନା ତଥା ଆଇ.ସି.ଏମ୍‌.ଆର-ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର, ଭୁବନେଶ୍ୱରର ନିର୍ଦ୍ଦେଶକ ତଥା କରୋନା ଲଢ଼େଇର ଜଣେ ଆଗଧାଡିର ଯୋଦ୍ଧା ଡଃ ସଂଘମିତ୍ରା ପତି କୋଭିଡ୍‌-୧୯ର ବିଭିନ୍ନ ଦିଗ ତଥା ଚିନ୍ତାଧାରା ଉପରେ ସାରଗର୍ଭକ ତଥା ସାଂପ୍ରତିକ ପରିସ୍ଥିତି ଉପରେ ଉଦାହରଣ ସହ ସମ୍ଭାଷଣ ପ୍ରଦାନ କରିଥିଲେ । ଏହାପରେ ଦୁଇ ବକ୍ତା ଦୀର୍ଘ ସମୟ ଧରି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏହି ଆଲୋଚନା ଚକ୍ରରେ ଉପସ୍ଥିତ ଥିବା ୩୦୦ରୁ ଅଧିକ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଆଲୋଚନା ଚକ୍ରର ପ୍ରାରମ୍ଭରେ ପ୍ରାଣବଳୀ ଦେଇଥିବା କୋଭିଡ୍ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ସଂସ୍ଥାର ସଂପାଦକ ଶ୍ରୀ ଅଶୋକ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂସ୍ଥାର ଉପାଧ୍ୟକ୍ଷ ଶ୍ରୀ ଦିଗମ୍ବର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଇ.ଆଇ.ପି.ଏ ର ଏହି ଆଭିମୁଖ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ପ୍ରକାଶ ଥାଉକି ନିକଟ ଅତୀତରେ ସଂସ୍ଥା ଦ୍ୱାରା ଆୟୋଜିତ ଜାତୀୟ ଶିକ୍ଷାନୀତି-୨୦୨୦ ଉପରେ ଏକ ଆଲୋଚନାଚକ୍ର ବେଶ୍ ଆଦୃତଲାଭ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ