ଆଇ ଆର ଇ ପକ୍ଷରୁ  ଆଇସୋଲଶନ ସେଣ୍ଟର ପରିସର ସଫେଇ 

ଛତ୍ରପୁର (ଓ୍ବାଇଏନ୍ଏସ୍) : କଣମଣା ପଞ୍ଚାୟତର  କରୋନା ଆଇସୋଲେସନ ସେଣ୍ଟର ତଥା କଣମଣା ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରୋଣ୍ଟାଇନରେ ରହୁଥିବା ଲୋକମାନଙ୍କ ପାଇଁ  କିପରି ସ୍ଵଚ୍ଛ ଓ ଅଧିକ ସ୍ଵାସ୍ଥ୍ୟପ୍ରଦ ହୋଇ ପାରିବ ତାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କଣମଣା ପଞ୍ଚାୟତ ସରପଞ୍ଚ ଏସ୍ ଚକ୍ରପଣି ରେଡ୍ଡୀ । ତାଙ୍କୁ    ଭାରତୀୟ ବିରଳ ମୃତିକା,( ଆଇ .ଆର .ଇ) ର ନିରାପତ୍ତା ମୁଖ୍ୟ ଅଧିକାରୀ ପ୍ରସନ୍ନ କୁମାର ରାଉତ ଏବଂ ଓ ଆଇ ଏସ୍ ଏଫ୍  ପୋଲିସ୍ ବଳର ଆସିଷ୍ଟାଣ୍ଡ କମାଣ୍ଡର ରାମ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ହାବିଲଦାର ସମେତ ପଚାଶ ଜଣଆଇ ଏସ୍ ଏଫ୍ ପୋଲିସ୍ କର୍ମଚାରୀ ଏଥିରେ ସହଯୋଗ କରିଛନ୍ତି । ସେମାନେ ପୁରା ଅଞ୍ଚଳକୁ ସଫେଇ କରିବା ସହ କରୋନାର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । ଏହି କାର୍ଯ୍ୟ ସମାପନ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ୍ କୁମାର ସେଠୀ ଓ ସହକରୀ ଶିକ୍ଷକ ରାମ ପ୍ରଧାନ ସହଯୋଗ ଏବଂ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ