ଆଇ ଆର ଇ ରେ ହିନ୍ଦୀ ଦିବସ ପାଳିତ
ଛତ୍ରପୁର, : ଆଇ.ଆର.ଇ.ଲିଃ., ଓସକମ ହାଉସିଂ କଲୋନୀସ୍ଥିତ ସାମୁଦାୟିକ କେନ୍ଦ୍ରରେ ଆଇ.ଆର.ଇ. ତରଫରୁ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଛି । ଆଇ.ଆର.ଇ.ର ମୁଖ୍ୟ ମହାପ୍ରବନ୍ଧକ ଏବଂ ପ୍ରଧାନ, ଓସକମ ଶ୍ରୀଯୁକ୍ତ ଏ.ଜେ.ଜନାର୍ଦ୍ଧନନଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଉପ ମହାପ୍ରବନ୍ଧକ (ମାନବ ସମ୍ବଳ ପ୍ରବନ୍ଧନ) ଗତି କୃଷ୍ଣ ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ଓ ରାଜେଶ କୁମାର ଦାସ, ମୁଖ୍ୟ ପ୍ରବନ୍ଧକ (ଅନୁରକ୍ଷଣ) ସ୍ଵାଗତ ଭାଷଣ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ଡା. ଅଭୟ କୁମାର ନାୟକ, ରେଜିଷ୍ଟ୍ରାର, ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ହିନ୍ଦୀ ଭାଷାର ପ୍ରଗତିରେ ଆଇ.ଆର.ଇର ଭୂମିକାକୁ ଭୂୟସୀ ପ୍ରସଂଶା କରିବା ସହ ବୈଜ୍ଞାନିକ ଏବଂ ସାହିତ୍ୟିକ କ୍ଷେତ୍ରରେ ଆମ୍ଭେ ହିନ୍ଦୀର ବ୍ୟବହାର କିଭଳି ଭାବେ ବଢାଇବା ତାହା ଆଲୋକପାତ କରିଥିଲେ । ଜେ.ରାମଲକ୍ଷ୍ମୀ, ସନ୍ମାନୀୟ ଅତିଥି ଭାବେ ଯୋଗଦେଇ ଆଇ.ଆର.ଇ. ପକ୍ଷରୁ ହିନ୍ଦୀ ଭାଷାର ପ୍ରସାରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସହ ହିନ୍ଦୀ ଭାଷାର ଉନ୍ନତି ଉପରେ ଆଲୋକପାତ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସନ୍ଦେଶ କୁ ପ୍ରବନ୍ଧକ (ମାନବ ସମ୍ବଳ ପ୍ରବନ୍ଧନ) କୃଷ୍ଣ ଚନ୍ଦ୍ର ସାହୁ, ପରମାଣୁ ଊର୍ଜା ବିଭାଗର ଅଧକ୍ଷଙ୍କ ସନ୍ଦେଶ ଅଧିକାରୀ (ଅର୍ଥ) ରବି ଶଙ୍କର ସିଂହ ଏବଂ ଆଇ.ଆର.ଇ.ଲିଃ.ର ସିଏମଡି ଙ୍କ ସନ୍ଦେଶ ଉପ ମହା ପ୍ରବନ୍ଧକ, ରବି ପ୍ରକାଶ ଝା ପାଠ କରିଥିଲେ । ମୁଖ୍ୟ ଅତିଥି, ସନ୍ମାନୀୟ ଅତିଥି ଏବଂ ମୁଖ୍ୟ ମହାପ୍ରବନ୍ଧକ ଏବଂ ପ୍ରଧାନ, ଓସକମ ଉକ୍ତ ଉତ୍ସବରେ ବିଭିନ୍ନ ପ୍ରତିଯୋଗୀତରେ କୃତୀ କର୍ମଚାରୀ, ଛାତ୍ର-ଛାତ୍ରୀ ଏବଂ ଗୃହିଣୀମାନଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ ହିନ୍ଦୀ ଦିବସର ସଂସ୍କୃତିକ କାର୍ୟ୍ୟକ୍ରମରେ ଓଆଇଏସଏଫ କର୍ମଚାରୀ, ପରମାଣୁ ଊର୍ଜା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର -ଛାତ୍ରୀ, ମହିଳା କଲ୍ୟାଣର ସଦସ୍ୟା, ଛୋଟ ଛୋଟ ପିଲାମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ ସଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରଯାଇଥିଲା । ଏହି କାର୍ୟ୍ୟକ୍ରମକୁ ଶ୍ଵେତା ସିହ୍ନା, ରଞ୍ଜିତ କୁମାର ପଣ୍ଡା, ସୁରେଶ ଚନ୍ଦ୍ର ପାତ୍ର, ନିରଞ୍ଜନ ବେହେରା, ନିରଞ୍ଜନ ପାଣିଗ୍ରାହୀ, ଶିବ ଶଙ୍କର ଗୌଡ, ଚିତ୍ତ ରଞ୍ଜନ ପାଲ, ଆକର୍ଷ ତ୍ରିପାଠୀ, ଦୈତାରୀ ସେଠୀ ପରିଚାଳନା କରିଥିଲେ । ଶେଷରେ ହର୍ଷି ଗୁପ୍ତା, ଅଧିକାରୀ (ଅର୍ଥ) ଉପସ୍ଥିତ ସମସ୍ତ ଅତିଥି ତଥା ସମସ୍ତ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ