ଆଇ.ଟି.ଆଇ. ପରିସରରେ ‘ଦେଶ ବିଭାଜନ ସ୍ମରଣ ଦିବସ’ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା) : ସରକାରୀ ଆଇ.ଟି.ଆଇ. ପରିସରରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତଙ୍କ ପୌରୋହିତ୍ୟରେ ‘ଦେଶ ବିଭାଜନ ସ୍ମରଣ ଦିବସ’ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବକ୍ତା ଭାବେ ‘ସହାୟକ’ ଅନୁଷ୍ଠାନର ସାଧାରଣ ସଂପାଦକ ବିଜୟ କୁମାର ଦାସଅଧିକାରୀ ଦେଶବିଭାଜନର ମୁଖ୍ୟ କାରଣ ସଂପର୍କରେ ଆଲୋକପାତ କରିଥିଲେ । ଗୁଣକର ଦେ ତାଙ୍କ ବକ୍ତବ୍ୟରେ ମୋଗଲ ସମ୍ରାଟମାନଙ୍କର ଶୋଷଣ ଓ ଇଂରେଜମାନଙ୍କର କଷଣ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ । ଅଧ୍ୟକ୍ଷ ରାଉତ ତାଙ୍କ ଉଚ୍ଚକୋଟୀର ଗବେଷଣାତ୍ମକ ଭାଷଣରେ ଭାରତର ଐତିହ୍ୟ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆଧ୍ୟାମିôକବାଦକୁ ଦେଶରକ୍ଷାର ମାନଦଣ୍ଡଭାବେ ବିବେଚନା କରାଯାଇପାରିବ ନାହିଁ ବୋଲି ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀ ଦେଶାତ୍ମବୋଧ ବ୍ରତରେ ବ୍ରତୀ ହେବା ପାଇଁ ଆହ୍ୱାନ କରିଥିଲେ । ଏହି ସଭାରେ ଅନୁଷ୍ଠାନର କର୍ମଚାରୀ ଶିବପ୍ରସାଦ ପତି, ସୁଚିସ୍ମିତା ମଲ୍ଲିକ, ଶ୍ରୀତମ ନାୟକ, ଗୟାଧର ପାତ୍ର, ଗୁଲାମ ଉମ୍ମର ଖାନ, ଦିପକ ଗିରି, ସୁରେଶ ବେହେରା, ସବିତା ମଲ୍ଲିକ ଓ ସହାୟକ ଏବଂ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭ୍ୟ ଯୁଧିଷ୍ଠିର ନନ୍ଦ, ଅଖିଳ କୁମାର ଦାସ, ଶଚୀନ୍ଦ୍ର ଦାସ, ଅକ୍ଷୟ କର, ଅଖିଳ କୁ. ଦାସ ପ୍ରଭୃତି ଯୋଗ ଦେଇଥିଲେ । ୟାସିକା ପାଣ୍ଡିଆ ମଞ୍ଚ ପରିଚାଳନା କରିବା ସହ କମଲ କୁମାର ତାଲ୍ଦି ଧନ୍ୟବାଦ ଅର୍ପଣ କରିଥିଲେ ।