.ଆଇ.ଟି.ୟୁ.ସି. ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): ଅଖିଳ ଭାରତ ଶ୍ରମିକ ସଂଗଠନ (ଏ.ଆଇ.ଟି.ୟୁ.ସି.) ଆହ୍ୱାନରେ ଗତ ୨୨ତାରିଖ ଠାରୁ ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହେଉଛି । ସେହି ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏ.ଆଇ.ଟି.ୟୁ.ସି. ଅନୁବନ୍ଧିତ ସମସ୍ତ ଶାଖା ସଂଗଠନ ଯଥା ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ, ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ,ନିଖିଳ ଓଡିଶା ପାଚିକା ସଙ୍ଘ, ଗାଁ ସାଥି ସଙ୍ଘ, ମେଳା ବ୍ୟବସାୟୀ ସଙ୍ଘ ପ୍ରଭୃତି ସଂଗଠନ ଗୁଡିକର ମୈାଳିକ ଦାବିକୁ ନେଇ ସକାଳ ୧୦ଟାରୁ ପ୍ରତିବାଦ ବିକ୍ଷୋଭ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ସଂଗଠନର ଶହ ଶହ ସାଥି ଯୋଗଦେଇ ସରକାରୀ ଉଦାସୀନତା ବିରୋଧରେ ଦୃଢ ଆହ୍ୱାନ ଦେଇଥିଲେ । ଏହି ଉପଲକ୍ଷେ ଏ.ଆଇ.ଟି.ୟୁ.ସି. ଜିଲ୍ଲା ସଂଗଠନର ସଭାପତି ବାବାଜୀ ଧଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ପ୍ରତିବାଦ ବିକ୍ଷୋଭ ସଭାରେ ସି.ପି.ଆଇ.ର ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସହ ସମ୍ପାଦକ ଆଦିକନ୍ଦ ରାଉଳ, ନାରୀନେତ୍ରୀ ସୁଭାସିନୀ ଭଦ୍ର, ସୁହାନା ବେଗମ, ଭଞ୍ଜ କିଶୋର ରାଉତ, ନିତ୍ୟସୁନ୍ଦର ଜେନା, ଲକ୍ଷ୍ମୀପ୍ରିୟା ରାଉତ, ମୁକୁନ୍ଦ ପ୍ରସାଦ ମହାପାତ୍ର, କବିତା ଜେନା, ଭାରତୀ ବାରିକ, ଆକବରୀ ବେଗମ, ଅଭୟ ଦାସ, ରତ୍ନାକର ଦାସ, ଅଜୟ ମଲ୍ଲିକ, ମମତା ମଲ୍ଲିକ, ଭରତ ବାରିକ, ନାରାୟଣ ମଲ୍ଲିକ, କାନ୍ତିପ୍ରଭା ନାୟକ, ନନ୍ଦିନୀ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆନ୍ଦୋଳନକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଏଥିସହିତ ଏ.ଆଇ.ଟି.ୟୁ.ସି. ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାରେ କରୋନା ରିଲିଫ ପାଇନଥିବା ୨୦ହଜାର ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ପ୍ରଦାନ କରାଯିବା, ବର୍ଷ ବର୍ଷ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡିରହିଥିବା ନିର୍ମାଣ ଶ୍ରମିକମାନଙ୍କ ସାଇକେଲ,ଟୁଲସ,ମୃତ୍ୟୁକାଳୀନ, ଝିଅ ବିବାହ, ପ୍ରସୁତିକାଳୀନ, ଶିକ୍ଷା ସହାୟତା ପ୍ରଭୃତି ତୁରନ୍ତ ମଞ୍ଜୁର କରାଯିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଯିବା, ଆବେଦନକାରୀ ଶ୍ରମିକଙ୍କୁ ତୁରନ୍ତ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ, ଆଶାକର୍ମୀ, ଅଙ୍ଗନୱାଡିକର୍ମୀ,ପାଚିକା ଓ ସହାୟିକାଙ୍କୁ ଶ୍ରମ ଆଇନ ଅନୁଯାଇ ମାସିକ ବେତନ ନିୟମିତ ଭାବେ ୨୧ହଜାର ଟଙ୍କା ପ୍ରଦାନ କରାଯିବା, ଆଶାକର୍ମୀଙ୍କୁ କରୋନା ସହାୟତା, ମୋବାଇଲ,ସିମ ପ୍ରଦାନ କରାଯିବା, ଗାଁସାଥିଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକଙ୍କ ପତ୍ର ଅନୁଯାଇ ଗ୍ରାମ ସ୍ତରରେ ମନରେଗା ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କରାଯାଇ ସେମାନଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯିବା ଓ ମୋ ବଗିଚା ପ୍ରକଳ୍ପରେ ଗାଁସାଥିଙ୍କୁ ସାମିଲ କରାଯିବା, ଆଇ.ଏଲ.ଓ. ନିଷ୍ପତ୍ତି ଅନୁଯାଇ ଦୈନିକ ୮ଘଂଟା ପରିବର୍ତ୍ତେ ୧୨ଘଂଟାର ଶ୍ରମ ଆଇନ ପ୍ରସ୍ତାବକୁ ବାତିଲ କରାଯିବା ପ୍ରଭୃତି ଦାବି ରହିଛି । ଦାବିପତ୍ର ପ୍ରଦାନ ସମୟରେ ବିକାଶ ଚନ୍ଦ୍ର ବେଉରା, ରଶ୍ମିରେଖା ପରିଡା, ଅମିତା ନାୟକ, ଭଜହରି ପ୍ରଧାନ, ଗଜେନ୍ଦ୍ର ନାୟକ, ଦୋଳଗୋବିନ୍ଦ ସାହୁ, ଅକ୍ଷୟ ମଳିକ, ଦମୟନ୍ତୀ ସାମଲ, ସୈାଭାଗିନୀ ପତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ