ଆଇ.ପି .ଏଲ ରେ ବଢି ଚାଲିଛି ସଟ୍ଟା ବାଜି
ବ୍ରହ୍ମପୁର,(ୱାଇଏନ୍ଏସ୍): ଗୋଟେ ପଟେ କରୋନା ତାର ପ୍ରଭାବ ଦେଖାଇ ସାଧାରଣ ଜୀବନ ଜୀବିକାକୁ ପ୍ରଭାବିତ କରିରଖିଥିବାବେଳେ ଏବେ ଯୁବ ପିଢିଙ୍କୁ ଆଇ.ପି .ଏଲ ରେ ସଟ୍ଟା ବାଜି ଅତି ପ୍ରଭାବିତ କରିରଖିଥିବା ଆଲୋଚନା ଚାଲିଛି, ସଟ୍ଟା ବାଜି ଯୋଗୁ ବୋହୁ ଯୁବ ପିଢ଼ି ପ୍ରଭାବିତ ହୋଇ କାଙ୍ଗାଳ ହୋଇ ଗଲେଣି | କିଏ ଚୋରି ତ କିଏ ପଇସା ଧାର କରଜ କରି କାଙ୍ଗାଳ ହୋଇସାରିଲେଣି | ତେବେ ପୋଲିସ ଏବେଠାରୁ ଏହି ଖେଳର ସଟ୍ଟା ବାଜି ଉପରେ ଧ୍ୟାନ ଦେଇ ଏହାକୁ କରୁଥିବା ଦଲାଲଙ୍କୁ କାବୁ କରିବା ସହ ଶକ୍ତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି ବୋଲି ସାଧାରଣ ରେ ଆଲୋଚନା ହେଉଛି | ନଚେତ ଆଗାମୀ ଦିନରେ ଏପରି ବହୁ ଯୁବପିଢ଼ି ସଟ୍ଟା ବାଜି ଯୋଗୁ ସର୍ବସ୍ୱାନ୍ତ ହେବା ସହ କୁକର୍ମରେ ଜଡିତ ହୋଇ ଅସାମାଜିକ କାର୍ଯ୍ୟ କରିବେ ଏଥିରେ ତିଳେ ମାତ୍ର ସନ୍ଧେହ ନାହି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି |