ଆଇ ଲଭ ମାଇଁ ହସ୍ପିଟାଲ ଲୋକାର୍ପଣ
ସୋରଡା,(ରଜନୀ କାନ୍ତ ମହାପାତ୍ର):ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମୁଖରେ ଡାକ୍ତର ସନ୍ତୋଷ କୁମାର ପଣ୍ଡା ଙ୍କ ଦ୍ଵାରା ନିର୍ମିତ ହୋଇଛି ଏକ ସୁନ୍ଦର ଆକର୍ଷଣ ଭାଷା ସ୍ତମ୍ଭ । ଯେଉଁ ଥିରେ ଲେଖାଯାଇଛି ଆଇ ଲଭ ମାଇଁ ହସ୍ପିଟାଲ ,ସ୍ତମ୍ଭ କୁ ତ୍ରିରଙ୍ଗା ରଙ୍ଗକରାଯାଇଥିବା ବେଳେ ସନ୍ଧ୍ୟାରେ ସୁନ୍ଦର ଆଲୋକ ବ୍ୟବସ୍ତା କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଏହାକୁ ସର୍ବସାଧାରଣ ଙ୍କ ପାଇଁ ଲୋକାର୍ପଣ କରାଯାଇଛି । ଏହିସମୟରେ ବିଧାୟକ ପୂର୍ଣଚନ୍ଦ୍ର ସ୍ଵାଇଁ ,ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ,ଥାନାଧିକାରୀ ରମେଶ କୁମାର ପ୍ରଧାନ ଯୋଗଦେଇଥିବା ବେଳେ ,ଋଷିକୁଲ୍ୟା କ୍ରିକେଟ କ୍ଲବ ତରଫରୁ ଉଲକା ପ୍ରଦର୍ଶନ କରଯାଇଥିଲା । ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗରେ ଓ ଡାକ୍ତର ଶ୍ରୀ ପଣ୍ଡା ଙ୍କ ଉଦ୍ୟମରେ ନିର୍ମିତ ଏହି ସୁନ୍ଦର ସ୍ତମ୍ଭ କଳାକୃତି କୁ ଦେଖିବାକୁ ପ୍ରବଳ ଭିଡ ହେଉଛି ।


