ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ କଳାବ୍ୟାଜ ପରିଧାନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବଲକର ସମସ୍ତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ କଳାବ୍ୟାଜ ପରିଧାନ କରି କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି । ଆଜି ଠାରୁ୧୯ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିବେ ଯଦୀ ଆସନ୍ତା ୨୦ ତାରିଖ ମଧ୍ୟରେ ସରକାର ସେମାନଙ୍କ ଦାବୀ କାର୍ଯ୍ୟକାରୀ ନକରନ୍ତି ତେବେ ଆଗାମି ଦିନରେ ସେମାନେ ରାଜଧାନୀ ଠାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।ଏହି ମର୍ମରେ ନିବେଦନ କରୁଛୁ କିଯେ ଆସନ୍ତା ୨୦ ତାରିଖ ମଧ୍ୟରେଆଉଟସୋର୍ସିଙ୍ଗ ଭଳି କୁଶ୍ଚିତ ବ୍ୟବସ୍ଥାକୁ ଉଛେଦ କରି ଧୀର୍ଘବର୍ଷ ଧରି ସେବା ଯୋଗାଇ ଆସୁଥିବା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଆମେ ମାନେ ଆଜି ଅର୍ଥାତ ୧୪ ତାରିଖରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ପ୍ରତିବାଦାତ୍ମକ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିବୁ । ୨୦ ତାରିଖରେ ଯଦୀ ଦାବୀ ପୁରଣ ନହୁଏ ତେବେ ଆସନ୍ତା ୨୬ ତାରିଖରେ ରାଜଧାନୀରେ ସାମୁହିକ ଭାବରେ ପ୍ରତିବାଦ କରିବୁ ବୋଲି କହିଛନ୍ତି ।