ଆଉଟ ସୋସିଂ କର୍ମଚାରୀ ସଂଘର ଦାବିପତ୍ର,କଳାବ୍ୟାଜ ପରିଧାନ କରି ପ୍ରତିବାଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶା ସରକାରୀ ଆଉଟ ସୋସିଂ କର୍ମଚାରୀ ମହାସଂଘ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପକ୍ଷରୁ ନିଯୁକ୍ତି ଦାବି ନେଇ ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ଗୁରୁବାର ବିଡ଼ିଓ ଅନୁପ ଅଭିଷେକ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ସଂଘର ଆହ୍ୱାନ କ୍ରମେ ଆଜି ଗୁମ୍ମା ଅସ୍ଥାୟୀ ଆଉଟ ସୋସିଂ କର୍ମଚାରୀ ମାନେ କଳା ବ୍ୟାଜ ପରିଧାନ କରି ସ୍ଥାୟୀ କର୍ମଚାରୀର ମାନ୍ୟତା ପାଇଁ ଦାବି କରିଛନ୍ତି।ବହୁ ବର୍ଷ ହେଲା ସେମାନେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ସୂଚନା ଅନୁସାରେ ସଠିକ ସମୟରେ ବେତନ ନମିଳିବା ବର୍ତ୍ତମାନର ଦରଦାମ ଅନୁସାରେ ନିଜର ପରିବାର ଭୋରଣ ପୋଷଣ ଅତି ଜଟିଳ ଦେଇ ବ୍ୟତିକ୍ରମ କରିବା ସହ ପରିଶ୍ରମର ଫଳ ନିରାଶ କରିଥିବା ଅଭିଯୋଗ କରିଛନ୍ତି । ନିୟମିତ କର୍ମଚାରୀ ମାନେ ୮ଘଣ୍ଟା କାର୍ଯ୍ୟକରି ହଜାର ହଜାର ଟଙ୍କା ଦରମା ପାଉଥିବା ବେଳେ ସେମାନଙ୍କ ଠାରୁ ଅଧିକା ସମୟ କାର୍ଯ୍ୟ କରି ମଧ୍ୟ ସେମାନଙ୍କୁ ଦିନମଜୁରିଆ ଭାବେ ପରିଗଣିତ କରାଯାଉଛି।୨୦୦୮ ମସିହାରେ ଓଡ଼ିଶା ଆଉଟ ସୋସିଂ ମହା ସଂଘର ଦୃଢଦାବି କରିବା ଫଳରେ ସରକାର ସେମାନଙ୍କୁ ନିୟମିତ କର୍ମଚାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଦେବାର ଆଜକୁ ୫ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି ବୋଲି ପ୍ରତିବାଦକାରୀ ମାନେ ଅଭିଯୋଗ କରିଛନ୍ତି।ରାଜ୍ୟ ସରକାର ଆଲୋଚନା ମାଧ୍ୟମରେ ସମାଧାନ ନକରନ୍ତି ତାହେଲେ ଆସନ୍ତା ୨୬ତାରିଖ ଠାରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଚାଲୁ ରହିବ ବୋଲି ଅସ୍ଥାୟୀ କର୍ମଚାରୀ ମାନେ କହିଛନ୍ତି।ଏହି ପ୍ରତିବାଦରେ ଗୁମ୍ମା ବ୍ଲକର ଅସ୍ଥାୟୀ କର୍ମଚାରୀମାନଙ୍କ ମଧ୍ୟରେ ମାଥନ ପାଣି,ଦର୍କା ମଣ୍ଡଳ,ଏଗୋଲ ଶବର,ଦାଶାରି ଶିବାଜୀ,ଜମୁନାଶ ରଇତ,ବିଭୁ ପ୍ରତାପ ରଞ୍ଜନ ଲିମ୍ମା,ଅସମତ ପାଣି ଓ ଲୋକନାଥ ଶବର ଉପସ୍ଥିତ ଥିଲେ।


