ଆଉଟ ସୋସିଂ କର୍ମଚାରୀ ସଂଘ ର କଳା ବ୍ୟାଚ ପରିଧାନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀନ ରେ କାର୍ଯ୍ୟରତ ଆଉଟ ସୋସିଂ କର୍ମଚାରୀ ମାନେ ଆଜି କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ୨୦ବର୍ଷ ହେବ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଚାରିଛକ,ନିମାପଡା,ବଳଙ୍ଗା, ରେଂଚ, ନୂଆସନ୍ଥ, ବଡ ନିନିଗାଁ ପ୍ରଭୁତି ସ୍ଵାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ କର୍ମଚାରୀ ଆଜି କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିଥିଲେ।ସେମାନଙ୍କ ଦାବି ହେଉଛି ମୁଖ୍ୟମନ୍ତ୍ରୀ ସମସ୍ତ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିଥିବାରୁ ସେମାନଙ୍କ ପରିବାର ମୁହଁ ରେ ହସ ଫୁଟିଛି। ସେହିପରି ସେମାନଙ୍କ ଆଉଟ ସୋସିଂ ପ୍ରଥା କୁ ଉଚ୍ଛେଦ କରାଯାଇ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ଘୋଷଣା କରାଯାଉ। ଏହି ଦାବି ନେଇ ସମସ୍ତ ଆଉଟ ସୋସିଂ କର୍ମଚାରୀ ୧୯ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିବାକୁ ସ୍ଥିର ହୋଇଛି। ଦୀପକ ଗୋଚ୍ଛାୟତ, ଜିତେନ୍ଦ୍ର ଭୋଇ, ଦିଲୀପ କୁମାର ଘଡେ଼ଇ, ବବୁଲ ଭୋଇ, ସବିତା ଭୋଇ, ଝୀଲ୍ଲି ଘଡେ଼ଇ, ଜ୍ୟୋଷ୍ଣାରାଣୀ ଗୋଚ୍ଛାୟତ,ଲିଜାରାଣୀ ଭୋଇ, ଶୁଭମ ମହାପାତ୍ର, ସୌଦାମିନୀ ଭୋଇ ପ୍ରମୁଖ କର୍ମଚାରୀ ମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିଥିଲେ। ତାଙ୍କ ଦାବି କୁ ସରକାର ପୂରଣ ନକଲେ ଆସନ୍ତା ୨୬ ତାରିଖ ଠାରୁ ସେମାନେ ସମସ୍ତେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।


