ଆଉ ଦୁଇଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ବର : ଆଜି ରାଜ୍ୟରେ ଦୁଇ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ମିଳିଛି । ଏବେ ରାଜ୍ୟରେ କରୋନା ମୃତ୍ୟୁ ୧୪କୁ ବୃଦ୍ଧି ହୋଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଜଣେ ହୋଇଥିବାବେଳେ ଅନ୍ୟ ଜଣେ ବରଗଡ ଜିଲ୍ଲାର ବୋଲି ସୂଚନା ରହିଛି। ଗଞ୍ଜାମର ଆକ୍ରାନ୍ତ ହୋଇଥିବା ରୋଗୀ ଜଣକ କଟକରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୪୯ ବର୍ଷୀୟ ଏହି ରୋଗୀ ଜଣକ କଟକର ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ଗଞ୍ଜାମ ଜିଲ୍ଲାର ଏବେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ସେହିପରି ବରଗଡ ଜିଲ୍ଲାର ମୃତକ ଜଣକ ୭୬ ବର୍ଷୀୟ ବୋଲି ଜଣାପଡିଛି । ପୂର୍ବରୁ ରାଜ୍ୟରେ ୧୨ ଜଣ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ସେହିପରି ୪ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।