ଆଉ ଦେଖିବାକୁ ମିଳୁନି ସୁଆଦିଆ ଅସ୍ତରଙ୍ଗ ଇଲିସି 

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ସମୁଦ୍ର ଉପକୂଳ ବର୍ତ୍ତୀ ଅଞ୍ଚଳ ହେଲା ଅସ୍ତରଙ୍ଗ।ପ୍ରତିବର୍ଷ ବର୍ଷା ଋତୁରେ ଏଠାରେ ଟନଟନ ସୁଆଦିଆ ଇଲିସି ମାଛ ଧରା ହୋଇଥାଏ। ଗୋଟିଏ ସମୟରେ ସ୍ୱାଦିଷ୍ଟ ଇଲିସି ଉତ୍ପାଦନ ରେ ଅସ୍ତରଙ୍ଗ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ଏଠାରେ ଇଲିସି ଦେଖିବା ସ୍ୱପ୍ନ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ହେଉ ଅଥବା ସମୁଦ୍ର ଓ ନଦୀ ଜଳ ପ୍ରଦୂଷିତ କାରଣ ରୁ ହେଉ ଅସ୍ତରଙ୍ଗ ସମୁଦ୍ରରେ ଇଲିସି ଉତ୍ପାଦନ ଏକ ପ୍ରକାର ବନ୍ଦ ହେବାକୁ ବସିଛି। ଗୋଟିଏ ସମୟରେ ଅସ୍ତରଙ୍ଗ ଇଲିସି ରାଜ୍ୟ ତଥା ରାଜ୍ୟ ବାହାରକୁ ପର୍ଯ୍ୟାପ୍ତ ପରିମାଣରେ ରପ୍ତାନୀ ହେଉଥିଲା କିନ୍ତୁ ବର୍ତମାନ ପରିସ୍ଥିତି ବଦଳିଛି। ଏଠାରେ ଆଉ ଇଲିଶି ମାଛ ମତ୍ସ୍ୟଜୀବୀ ଙ୍କ ଜାଲ ରେ ପଡୁ ନାହାନ୍ତି। ଫଳରେ ସ୍ଥାନୀୟ ଖାଉଟି ବାଧ୍ୟ ହୋଇ ବାହାର ଅଞ୍ଚଳ ଓ ରାଜ୍ୟ ରୁ ଆସୁଥିବା ରାସାୟନିକ ପ୍ରଲେପ ମରାଯାଇଥିବା ଛୋଟ ଇଲିସି କୁ ଚଢା ଦର ରେ କିଣୁଛନ୍ତି।ଏଠାରେ ସୂଚନା ଥାଉକି ସାଧାରଣତଃ ବର୍ଷା ଦିନେ ଗଭୀର ସମୁଦ୍ର ରୁ ଲକ୍ଷ ଲକ୍ଷ ସଂଖ୍ୟା ରେ ଇଲିସି ମାଛ ଅଣ୍ଡା ଦେବାକୁ ନଦୀ ମୁହାଣ କୁ ଆସିଥାନ୍ତି ମୁହାଣ ନିକଟରେ ବର୍ଷା ଦିନେ ମଧୁର ପାଣି ସମୁଦ୍ର ରେ ମିଶୁଥିବାରୁ ସେହି ସ୍ଥାନ କୁ ସେମାନଙ୍କ ର ଅଣ୍ଡା ଦେବା ର ପ୍ରକୃତ ସ୍ଥାନ ବୋଲି ବାଛିଥାନ୍ତି କିନ୍ତୁ ଜଳବାୟୁ ପରିବର୍ତନ ଅସ୍ୱାଭାବିକ ମୌସୁମୀର ପ୍ରଭାବ, ଅଦିନିଆ ବୃଷ୍ଟିପାତ ଓ ସାମୁଦ୍ରିକ ତାପମାତ୍ରା ବୃଦ୍ଧି ଏଥିସହିତ ନଦୀ ଓ ସମୁଦ୍ର ତଟବର୍ତ୍ତୀ ଅଂଚଳ ରେ ବେଆଇନ ଚିଙ୍ଗୁଡ଼ି ଘେରୀ, ଶିଳ୍ପା୍ୟାନ ବୃଦ୍ଧି, ବିଭିନ୍ନ ଯାନ୍ତ୍ରିକ ଜାହାଜ ଚଳାଚଳ, ପ୍ରାକୃତିକ ଜଳସ୍ରୋତ କୁ ଅବରୋଧ ପ୍ରଭୁତି କାରଣ ରୁ ଗଭୀର ସମୁଦ୍ରରୁ ଇଲିସି ମାଛ ନଦୀ ମୁହାଣ ନିକଟକୁ ସମୁଦ୍ର ଭିତରୁ ଆସୁ ନାହାନ୍ତି ଫଳରେ ବର୍ଷା ଋତୁ ରେ ଅସ୍ତରଙ୍ଗ ଅଞ୍ଚଳ ର ଶହ ଶହ ଧୀବର ତାଙ୍କର ଡ଼ଙ୍ଗା ଜାଲ ପ୍ରସ୍ତୁତ କରିବାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଶେଷରେ ଇଲିସି ମାଛ ନଧରି ନିରାଶ ହୋଇ ବସୁଛନ୍ତି। ଅସ୍ତରଙ୍ଗ ଇଲିସି ଯାହା ବେଶ ସ୍ୱାଦିଷ୍ଠ ବୋଲି ପ୍ରସିଦ୍ଧି ଥିଲା ତାହା ଏବେ ସ୍ବପ୍ନ ରେ ପରିଣତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ