ଆଉ ନାହାନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ରାଜେନ୍ଦ୍ର କୁମାର ପଚୌରୀ
ନୂଆଦିଲ୍ଲୀ :- ଗୁରୁବାର ଶକ୍ତି ଓ ସମ୍ବଳ ପ୍ରତିଷ୍ଠାନ(ଟେରି)ର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ରାଜେନ୍ଦ୍ର କୁମାର ପଚୌରୀଙ୍କର ପରଲୋକ ହୋଇଛି। ତାଙ୍କୁ ୭୯ବର୍ଷ ହୋଇଥିଲା। ଫୁସଫୁସ୍ ସଂକ୍ରମଣ ପାଇଁ ତାଙ୍କୁ ସ୍ଥାନୀୟ ଏସ୍କଟ ହାର୍ଟ ଇନଷ୍ଟିଚ୍ୟୁଟ୍ରେ ଦୁଇଦିନ ହେଲା ଭର୍ତ୍ତି କରାଯାଇଥିଲା। ତାଙ୍କର ଓପନ ହାର୍ଟ ସର୍ଜରୀ କରାଯିବା ସହ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଥିଲା। ପଚୌରୀଙ୍କ ପରଲୋକ ସମ୍ପର୍କରେ ଟେରିର ମହାନିର୍ଦେଶକ ଅଜୟ ମାଥୁର ଘୋଷଣା କରିଛନ୍ତି। ଜଣେ ମହିଳା ସହଯୋଗୀଙ୍କୁ ଯୌନ ନିର୍ଯ।ତନା ଦେବା ଅଭିଯୋଗ ପରେ ପଚୌରୀ ଟେରିର ମହାନିର୍ଦେଶକ ପଦରୁ ଇସ୍ତଫା ଦେଇଥିଲେ। ପଚୌରୀ ୨୦୦୨ରୁ ୨୦୧୫ ପର୍ୟ୍ୟନ୍ତ ଜାତିସଂଘର ଇଣ୍ଟର ଗଭର୍ଣ୍ଣମେଣ୍ଟ ପ୍ୟାନେଲ ଅନ କ୍ଲାଇମେଟ ଚେଞ୍ଜ (ଆଇପିସିସି)ର ଅଧ୍ୟକ୍ଷ ଥିଲେ। ତାଙ୍କ ଅଧ୍ୟକ୍ଷତା ସମୟରେ ୨୦୦୭ରେ ଆଇପିସିସି ନୋବେଲ ଶାନ୍ତି ପୁରସ୍କାର ପାଇଥିଲା। ପଚୌରୀ ଏହି ନୋବେଲ ପୁରସ୍କାର ଗ୍ରହଣ କରିଥିଲେ।


