ଆଉ ୧୧୪ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର : ରାଜ୍ୟରେ ଆଉ ୧୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୩୦ ଜଣ ରହିଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୩, ଗଞ୍ଜାମରୁ ୧୭, କଟକରୁ ୧୧, ମୟୂରଭଞ୍ଜରୁ ୧୦, ଗଜପତିରୁ ୮, ବରଗଡରୁ ୫, ନୟାଗଡରୁ ୪, ବଲାଙ୍ଗିରରୁ ୩ ଜଣ ରହିଛନ୍ତି । ବାଲେଶ୍ବର, କୋରାପୁଟ ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜିର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ୨୭୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟରେ ୧୮୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ରେ ପହଞ୍ଚିଥିବାବେଳେ ଆଜି ଜଣକର ମୃତ୍ୟୁ ଘଟିଛି । ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି । ସେହିପରି ୩ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।