ଆଉ ୧୩ ଯବାନ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିବାରେ ଲାଗିଛି । ଏହା ଭିତରେ ରାଜ୍ୟରେ ଆଉ ୧୩ ଜଣ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଗ୍ନିଶମ ବାହିନୀ, ଏନଡିଆରଏଫ/ଓଡିଆରଏଏଫର ୧୩ ଜଣ ଯବାନ ଆକ୍ରାନ୍ତ ହୋଇଛନ୍ତି । ଏମାନେ ସମସ୍ତେ ପଶ୍ଚିମବଙ୍ଗରୁ ଅମ୍ପନ ମୁକାବିଲା ସାରି ଫେରିଥିଲେ । ବର୍ତ୍ତମାନ ସୁଦ୍ଧା ଅମ୍ପନ ମୁକାବିଲା ସାରି ଫେରିଥିବା ସମୁଦାୟ ୧୪୯ ଜଣ ଯବାନ କରୋନାରେ ସଂକ୍ରମିତ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ