ଆଉ ୧୭୯ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ କେନ୍ଦ୍ରରୁ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୯ ଆକ୍ରାନ୍ତ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୩୨୯୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୧୫୪୩ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଖୋର୍ଦ୍ଧାରୁ ୨୭, ଅନୁଗୁଳରୁ ୬, ନବରଙ୍ଗପୁରରୁ ୧, ଜଗତସିଂହପୁରରୁ ୪, କଟକରୁ ୧୫, ବରଗଡ଼ରୁ ୨, ଭଦ୍ରକରୁ ୫, ଯାଜପୁରରୁ ୩, ମାଲକାନାଗିରିରୁ ୨, ରାୟଗଡ଼ାରୁ ୫, କେନ୍ଦୁଝରରୁ ୧୮, ଦେବଗଡ଼ରୁ ୧, ଗଞ୍ଜାମରୁ ୫୭, କେନ୍ଦ୍ରାପଡ଼ାରୁ ୫ ଓ ମୟୂରଭଞ୍ଜରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗକୁ ଅମ୍ପାନ ପୁନରୁଦ୍ଧାର ପାଇଁ ଯାଇଥିବା ୧୮ ଏନଡ଼ିଆରଏଫ ଓ ଅଗ୍ନିଶମ ବାହିନୀ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।


