ଆଉ ୨୧୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଂଟାଇନ କେନ୍ଦ୍ରରେ ଥିବାବେଳେ ୩୬ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମରେ ୫୮, ଖୋର୍ଦ୍ଧାରେ ୪୭, କଟକରେ ୫, ଯାଜପୁରରେ ୮, ଗଜପତିରେ ୨୯, ବାଲେଶ୍ୱରରେ ୨, ପୁରୀରେ ୮, କେନ୍ଦ୍ରାପଡ଼ାରେ ୩, ମୟୂରଭଞ୍ଜରେ ୭, ସୁନ୍ଦରଗଡ଼ରେ ୬, ବଲାଙ୍ଗୀରରେ ୧୧, ନୟାଗଡ଼ରେ ୩, କେନ୍ଦୁଝରରେ ୫, ଢେଙ୍କାନାଳରେ ୭, ଅନୁଗୁଳରେ ୧, ସମ୍ବଲପୁରରେ ୧, ଦେବଗଡ଼ରେ ୧, ନବରଙ୍ଗପୁରରେ ୨, ଏନଡ଼ିଆରଏଫର ୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧୨୩ ଜଣ ସୁସ୍ଥ ହୋଇଥିବାବେଳେ ୧୮୧୫ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ