ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ପୁଣି ଏକ ଭଲ ଖବର ସାମାନାକୁ ଆସିଛି । ବୁଧବାର ଓଡ଼ିଶାରେ ଆଉ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ୨ ଜଣ ଭୁବନେଶ୍ୱରର ବୋଲି ସୂଚନା ଦିଆଯାଇଛି ।
ଗତକାଲି ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ପ୍ରକାଶ, ବୁଧବାର ଭଦ୍ରକରେ ୩ ଜଣ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି । ତେବେ ଏହାରି ଭିତରେ ୨ ଜଣ ସୁସ୍ଥ ହେବା ଏକ ଆଶ୍ୱସ୍ତିକର ଖବର ବୋଲି ଚର୍ଚ୍ଚା ହେଉଛି ।