ଆଉ ୩୦୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ରାଜ୍ୟରେ ୨୧ ଟି ଜିଲ୍ଲାରୁ ସର୍ବାଧିକ ୩୦୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । । ପଶ୍ଚିମବଙ୍ଗ ଅମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରୁ ୪୨ ଜଣ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ଗଜପତିରୁ ସର୍ବାଧିକ ୪୭, ଗଞ୍ଜାମରୁ ୪୦, ଜଗତସିଂହପୁରର ୨୯, ଝାରସୁଗୁଡାରୁ ୨୫, ଯାଜପୁରରୁ ୨୧, ବାଲେଶ୍ବରରୁ ୧୭, ବରଗଡରୁ ୧୪, କଟକରୁ ୧୩, କନ୍ଧମାଳରୁ ୧୨, ଭଦ୍ରକରୁ ୧୧, ମୟୂରଭଞ୍ଜରୁ ୬, କେନ୍ଦ୍ରାପଡା ଓ ଖୋର୍ଦ୍ଧାରୁ ୫, ସୋନପୁରରୁ ଜଣେ ଚିହ୍ନଟ ହୋଇଛନ୍ତି। ନୟାଗଡ ଓ ପୁରୀରୁ ୩, ମାଲକାନଗିରି ଓ ସୋନପୁରରୁ ୨ ଜଣ ଲେଖାଏଁ ରହିଥିବାବେଳେ ବଲାଙ୍ଗିର, ସୁନ୍ଦରଗଡ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ