ଆଉ ୪୯୪ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୪୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରେ ୩୨୨ ଥିବାବେଳେ ୧୭୨ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୯୨ରେ ପହଁଚିଥିବାବେଳେ ୧୦୪୭୬ ଜଣ ସୁସ୍ଥ ହୋଇସାରିଛନ୍ତି । ଅପରପକ୍ଷରେ ୪୮୧୩ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନଗୁଳରେ ୧, ବାଲେଶ୍ୱରରେ ୨୧, ଭଦ୍ରକରେ ୭, ବଲାଙ୍ଗୀରରେ ୩, ବୌଦ୍ଧରେ ୨, କଟକରେ ୩୮, ଗଞ୍ଜାମରେ ୨୪୬, ଜଗତସିଂହପୁରରେ ୧, ଯାଜପୁରରେ ୧୫, କଳାହାଣ୍ଡିରେ ୨, କେନ୍ଦ୍ରାପଡ଼ାରେ ୧୧, କେନ୍ଦୁଝରରେ ୧୦, ଖୋର୍ଦ୍ଧାରେ ୬୪, କୋରାପୁଟରେ ୪, ମାଲକାନାଗିରିରେ ୪, ମୟୂରଭଞ୍ଜରେ ୧୪, ନବରଙ୍ଗପୁରରେ ୪, ନୟାଗଡ଼ରେ ୧୬, ନୂଆପଡ଼ାରେ ୯, ପୁରୀରେ ୭, ରାୟଗଡ଼ାରେ ୧, ସମ୍ବଲପୁରରେ ୪ ଓ ସୁନ୍ଦରଗଡ଼ରେ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।