ଆଉ ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ମୃତକ କଟକ ଜିଲ୍ଲାର ବୋଲି ଜଣାଯାଇଛି । ଗଞ୍ଜାମର ୩ ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ୭୦, ୬୦ ଓ ୫୩ । ଏଥିସହ ଗଞ୍ଜାମ ଜିଲ୍ଲାରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ସେହିପରି କଟକ ଜିଲ୍ଲାର ମୃତକଙ୍କ ବୟସ ୪୮ ବର୍ଷ ବୋଲି ଜଣାଯାଇଛି । ଫଳରେ କଟକ ଜିଲ୍ଲାରେ କରୋନାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ରାଜ୍ୟ ସରକାର ଦର୍ଶାଇଛନ୍ତି । ଭିନ୍ନ କାରଣରୁ ମୃତକ ୨ ଜଣ କଟକ ଓ ମୟୂରଭଞ୍ଚ ଜିଲ୍ଲାର ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ