ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଛୁଇଁଲା

ଭୁବନେଶ୍ବର: ପୁଣି ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ୱେବସାଇଟରେ ଉଲ୍ଲେଖ କରିଛି। ଏହାକୁ ମିଶାଇ ସୋମବାର ରାଜ୍ୟରେ ସମୁଦାୟ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ତନ୍ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣେ ପ୍ରାଣ ହରାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କରୋନା ମ୍ୟାପ୍‌ରୁ ଏହି ତଥ୍ୟ ମିଳିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ମ୍ୟାପ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ନୂତନ ସଂକ୍ରମିତଙ୍କ ମଧ୍ୟରୁ ପାଞ୍ଚ ଜଣ ଯାଜପୁରରୁ ଏବଂ ସୁନ୍ଦରଗଡରୁ ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାଜପୁରର ପାଞ୍ଚ ଆକ୍ରାନ୍ତ କୋଲକାତାରୁ ଫେରିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପାଞ୍ଚ ଜଣଙ୍କ ମଧ୍ୟରେ ଯାଜପୁର ବ୍ଲକ୍‌ର ତିନି ଜଣ ରହିଥିବା ବେଳେ କୋରେଇ ଏବଂ ଦଶରଥପୁର ବ୍ଲକ୍‌ର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ପାଞ୍ଚ ପୁରୁଷଙ୍କ ମଧ୍ୟରେ ଜଣେ ୨୮ ବର୍ଷୀୟ, ଜଣେ ୩୨ ବର୍ଷୀୟ ଏବଂ ଅନ୍ୟ ତିନି ଜଣଙ୍କ ବୟସ ୫୦ରୁ ଊର୍ଦ୍ଧ୍ବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ