ଆକତପୁରରେ ଇସ୍କାନ ମନ୍ଦିର ପାଇଁ ଭୂମିପୂଜନ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହରର ଆକତପୁର ଅଞ୍ଚଳରେ ନୂତନ ଇସ୍କନ ମନ୍ଦିର ପ୍ରତିଷ୍ଠା ପାଇଁ ରବିବାର ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମବଙ୍ଗ ମାୟାପୁରର ଇସ୍କନ ଆଶ୍ରମର ସ୍ୱାମୀ ପୁରୁଷୋତ୍ତମ ମହାରାଜ ଏଥିରେ ଯୋଗଦେଇ ଭୂମିପୂଜନ ଶୁଭାରମ୍ଭ କରିଥିଲେ । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ ପ୍ରମୁଖ ଏଥିରେ ଯୋଗଦେଇ ମାନବ ଜୀବନ ଓ ସମାଜବାଦରେ ଆଧ୍ୟାତ୍ମିକତାର ଆବଶ୍ୟକତା ତଥା ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପ୍ରଭୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମାନାଥ ସାହୁ, ବିଜୟ ଭୂୟାଁ, ଅଶ୍ୱିନୀ କୁମାର ଜେନା ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ଭୂମିପୂଜନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ