ଆକସ୍ମିକ ଭାବେ ଭିଭିପ୍ୟାଟ ମେସିନ୍‌ ଭିତରୁ ବାହାରିଲା ସାପ

କେରଳର କନ୍ନୁର ଲୋକସଭା କ୍ଷେତ୍ରରେ ମତଦାନ ସମୟରେ ଏକ ପୋଲିଂ ବୁଥରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାକାର ମେୟିଲ କଣ୍ଡାକ୍କଇସ୍ଥିତ ଏକ ପୋଲିଂ ବୁଥ୍‌ରେ ଭିଭିପ୍ୟାଟ ମେସିନ୍‌ ଭିତରେ ସାପ ଥିବା ଦେଖିବାକୁ ମିିଳିଥିଲା। ଯେଉଁ ସମୟରେ ମତଦାନ ହେଉଥିଲା ସେହି ସମୟରେ ଜଣେ ମତଦାତା ଭିଭିପ୍ୟାଟ ମେସିନ୍‌ରେ ସାପ ଦେଖିବାକୁ ପାଇଥିଲେ। ଯାହାପରେ ସେଠାରେ ଲାଇନ୍‌ରେ ଛିଡା ହୋଇଥିବା ମତଦାତା ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।ସାପକୁ ଯଥା ଶୀଘ୍ର ସେଠାରୁ ହଟାଇ ଦିଆଯାଇଥିଲେ। ଏହି କାରଣରୁ ମତଦାନରେ କିଛି ସମୟ ପାଇଁ ବାଧା ସୃଷ୍ଟି ହୋଇଥିଲା। ଆପଣଙ୍କୁ ଜଣାଇ ରଖିବାକୁ ଯାଉଛି କି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ପ୍ରଦେଶର ୧୧୭ ସିଟ୍‌ ପାଇଁ ଭୋଟ ଦିଆଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ