ଆକାଂକ୍ଷା ଓ ସିଦ୍ଧାନ୍ତ ଅନୁଷ୍ଠାନ ତରଫରୁ ବିଷୁବ ମିଳନ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ଓ ସିଦ୍ଧାନ୍ତ ଅନୁଷ୍ଠାନ ର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହ ରେ ବିଷୁବ ମିଳନ 2022 ପାଳିତ ହୋଇଯାଇଛି। ଆକାଂକ୍ଷା ମହିଳା ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଙ୍କ ସଭାପତି ତ୍ବ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ଐତିହାସିକ ଓ ଗବେଷକ ଉପାନ୍ତପ୍ରହରୀ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଓ.ଏ.ଏସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଶ୍ରୀ କିରଣ କୁମାର ମହାନ୍ତି, ସମ୍ମାନିତ ଅତିଥି ଅଧ୍ୟକ୍ଷା ମହିଳା ସ୍ନାତକ ମହାବିଦ୍ୟାଳୟ ଶ୍ରୀମତୀ ଡଃ ରୀନା ସାହୁ ଯୋଗଦେଇ ବିଷୁବ ମିଳନ ଓ ଆଧୁନିକ କବିତା ର ସ୍ଵରୁପ ସଂପର୍କରେ ବିଷଦ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜୋଳନ କରାଯିବା ପରେ ଶ୍ରୀମତି ସବିତା ପଟ୍ଟନାୟକ ଅତୀଥିମାନଙ୍କୁ ମଞ୍ଚାସିନ ହେବା ପାଇଁ ସ୍ଵାଗତ ଜଣାଇଥିଲେ। ବି.କୋମଳା ଙ୍ଗି ବନ୍ଦେ ଉତ୍କଳଜନନୀ ର ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିଲେ ଏବଂ ସରିତା ପାଣିଗ୍ରାହୀ ମଞ୍ଚାସିନ ଅତିଥି ମାନଙ୍କ ସଂପର୍କରେ ପରିଚୟ ପ୍ରଦାନ କରିଥିଲେ। ଆକାଂକ୍ଷା ମହିଳା ସଂଗଠନ ର ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ ପ୍ରଥମେ ସ୍ଵାଗତ ଭାଷଣ ପ୍ରଦାନକରି ବର୍ତ୍ତମାନ ଚାଲିଥିବା କବିତା ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ସମାଜ ସେବକ ତଥା ସେବା ନିବୃତ ବ୍ୟାଙ୍କ ଅଧିକାରୀ ଶ୍ରୀଯୁକ୍ତ ହରିମୋହନ ପଟ୍ଟନାୟକ ଙ୍କୁ ଆକାଂକ୍ଷା ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଓ ସରଳା ପାତ୍ର ପରିଚାଳନା କରିଥିଲେ। ପରବର୍ତ୍ତୀ ସମୟରେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର ଙ୍କ ସଂଯୋଜନା ରେ କବିତା ଆସରର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଏବଂ ଅନ୍ୟ ଆଚାର୍ଯ୍ୟା ମାନେ ଓ ଆଚାର୍ଯ୍ୟ ଶ୍ରୀ ଵିନୋଦ ଚନ୍ଦ୍ର ଜେନା, ଶ୍ରୀ ତ୍ରିପତି ପଣ୍ଡା, ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଶ୍ରୀ ଶରତ ସାହୁ, ଶ୍ରୀ ମୁରଲୀ ପରିଚ୍ଛା, ଶ୍ରୀ ବିଷ୍ଣୁ ପଣ୍ଡା, ଶ୍ରୀ ନିତ୍ୟାନନ୍ଦ ଚୋୖଧୁରୀ, ଶ୍ରୀ ନରସିଂହ ଗଉଡ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା ରେ ସଂପୂର୍ଣ୍ଣ ସହଯୋଗ କରିଥିଲେ। ସର୍ବଶେଷରେ ସୁନୀତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ