ଆକାଂକ୍ଷା ଜିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ ସଂଯୁକ୍ତ ସଂଗଠନ କର୍ମଶାଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳ ଶ୍ରୀ ଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକତାରେ ଅନୁଷ୍ଠିତ ହୋଥିବା ବେଳେ, ନୀତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ ଦ୍ଵାରା ଜିଲ୍ଲା ପରିଷଦ ସମିଳନୀ କକ୍ଷ ଠାରେ ନୀତି ଆୟୋଗ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ PD DRDA ଶ୍ରୀ ଅନାମ ଚରଣ ପାତ୍ରଙ୍କ ପୌରହିତରେ ଜିଲ୍ଲାରେ ଥିବା ସ୍ବେଛାସେବୀ ସଂସ୍ଥା ସଂଗଠନ ମାନଙ୍କୁନେଇ ସଂଯୁକ୍ତ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିକାଶ ଅଧିକାରୀ ନଟବର ଗରଡ଼ା ସଂଯୁକ୍ତ ସଂଗଠନ ମାଧ୍ୟମରେ ଜଡିତ ବେସରକାରୀ ସଂସ୍ଥା SWSS,ଜନକଲ୍ୟାଣ ପ୍ରତିଷ୍ଠାନ,ସୁରକ୍ଷା,PEACE,ମହିଳା ବିକାଶ,CCD,HELP ସଂସ୍ଥା ଦ୍ଵାରା ଜିଲ୍ଲାର ବିଭିନ୍ନ ବ୍ଲକରେ କରାଯାଇଥିବା ଓ ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା କରାଯାଇଥିଲା l ପୀରମଲ ଫାଉଣ୍ଡେସନ ତରଫରୁ ସିନିୟର ଫ୍ରଗ୍ରାମ ମେନେଜର ବିବେକ ରାଣା,ସ୍ଥାନୀୟ କମୁନିଟି ସହିତ ଜଡିତ ରହିଥିବା NGO ମାନଙ୍କ ମାଧ୍ୟମରେ ଜିଲ୍ଲାର ବିକାଶକୁ ଆଗକୁ ନେବାକୁ ସମସ୍ତ ଜିଲାରେ ରହୁଥିବା NGO ନେଟୱର୍କ ମାଧମରେ ସଂଯୁକ୍ତ ସଂଗଠନ ନାମରେ ଜଡିତ ହୋଇପାରିବ l ଜିଲ୍ଲାର ବିକାଶ କରିବା ସହ ସ୍ଥାନୀୟ ସ୍ବେଛାସେବୀ ମାଧ୍ୟମରେ NGO ଦ୍ଵାରା ଜଡିତ କରିବାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲାl ଏଥିଲାଗି mera yoga Dan application ବିକାଶ କରାଯାଇଛି l ଏହା ମାଧ୍ୟମରେ NGO ଏବଂ ସ୍ବେଛାସେବୀ ମାନଙ୍କ ପାଇଁ ବିଭିନ୍ନ ଜାଗାଯୋଗ ରହିଛି l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ଉନ୍ନତି ପାଇଁ ସ୍ବେଛାକୃତ ଓ ମିଳିତ ଭାବେ ଆକାଂକ୍ଷା ଜିଲ୍ଲାର ସହଯୋଗୀ କାର୍ଯ୍ୟକ୍ରମରେ ଯୋଡିତ ହୋଇ ଜିଲ୍ଲାର ନୀତିଆୟୋଗ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଗୁଡିକର ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ବିଭିନ୍ନ ସଂସ୍ଥା ଗୁଡିକୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ lଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଗଣ ଉପସ୍ଥିତ ଥିଲେ ଉପାସନା ରାୟ,ଆୟୁଷ ହର୍ସ ଫରହନ କାଟୁନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ