ଆକାଂକ୍ଷା ତରଫରୁ ରଜ ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ତରଫରୁ ରଜ ଉତ୍ସବ ପାଳିତ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ରଜ ଦୋଳିର ସୁନ୍ଦର ଆୟୋଜନ କରାଯାଇଥିଲା। ଏଥିରେ ଦୋଳ ବନ୍ଧ କମିଟିର ସଦସ୍ୟ ବୃନ୍ଦ ଓ ପଥଚାରୀମାନେ ଆଗ୍ରହର ସହିତ ରଜ ଉତ୍ସବର ମଜା ନେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାନେତ୍ରୀ ଆଶା ଲତା ପାଣିଗ୍ରାହୀ, ସଂପାଦିକା ମିନା କୁମାରୀ ଟହଲ, ଉପଦେଷ୍ଟା ଡଃ କଲ୍ୟାଣୀ ମିଶ୍ର, ସ୍ଵର୍ଣ୍ଣପ୍ରଭା ପାଠୀ ପରିଚାଳନା କରିଥିଲେ। ଏଥିରେ କୁନି କୁନି ଶିଶୁ ଓ କିଶୋରୀ ଝିଅ ମାନଙ୍କୁ ମେହେନ୍ଦି,ଅଳତା ଲଗାଇ ସଜେଇ ଦିଆଯାଇଥିଲା। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା:-ପୋଡପିଠା,ଗଜା, କାକରା, ଲଡୁ, ଆରିସା ଓ ଅନ୍ୟାନ୍ୟ ମିଠା ସହିତ ରଜ ପାନ। ଏବଂ ଶୀତଳ ପାନୀୟ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆକାଂକ୍ଷା ଅନୁଷ୍ଠାନ ର ସଦସ୍ୟ ମାନେ ଯଥା -ସରିତା ପାଣିଗ୍ରାହୀ,ଅନୀତା ସାହୁ , ଛନ୍ଦା ଟହଲ, ମମତା ପାତ୍ର, ଉଷାରାଣୀ ବାରିକ,ଲୁନା କୁମାରୀ ଓ ସୁନୀତା ବେହେରା ଯୋଗ ଦେଇ କାର୍ଯ୍ୟ କ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।