ଆକାଂକ୍ଷା ମହିଳା ସଂଗଠନ ତରଫରୁ ପାରଳା ମହାରାଜ ଗୋପୀନାଥ ଗଜପତିଙ୍କ ବିୟୋଗରେ ଶୋକସଭା
ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ଗତକାଲି ପୂର୍ବତନ ସାଂସଦ ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କର ୭୬ବର୍ଷ ବୟସରେ ପରଲୋକ ହୋଇଯାଇଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିିର ବିକାଶ ପାଇଁ ତାଙ୍କ ପରିବାରର ଯୋଗଦୋନ ଅତୁଳନୀୟ । ମହାରାଜା ଗୋପୀନାଥ ଗଜପତି ଜଣେ ପ୍ରଭାବଶୀଳ ରାଜା ଥିଲେ । ଜନପ୍ରିୟ ରାଜନେତା ଓ ଶାସକ ଭାବେ ତାଙ୍କ କାର୍ଯ୍ୟଦକ୍ଷତା ଗରିମାମୟ ଥିଲା । ଦୁଇଥର ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାତିତ ହୋଇ ସେ ନିଜ ଲୋକପ୍ରିୟତାର ପରିଚୟ ଦେଇଥିଲେ । ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ରହି ଜନସେବାରେ ବ୍ରିତୀ ଥିଲେ । ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ବଡ଼ ବ୍ରହ୍ମଣ ସାହିସ୍ଥିତ ଆକାଂକ୍ଷା ମହିଳା ସଂଗଠନ କାର୍ଯ୍ୟାଳୟ ଠାରେ “ଆକାଂକ୍ଷା” ତରଫରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଗୋପୀନାଥ ଗଜପତିଙ୍କ ଫଟୋଚିତ୍ରିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ମୀନାକ୍ଷୀ ସାହୁ, ସଂପାଦିକା ମିନା କୁମାରୀ ଟହଲ, ଅନିତା ମିଶ୍ର, ପ୍ରଫୁଲ ବେବର୍ତ୍ତ, ତନୁଜା ଭୁକ୍ତା, ଆଶାଲତା ପାଣିଗ୍ରାହୀ, ମଂଜୁଳା ଚୌଧୁରୀ, ମିନା ସାହୁ, ସୁଜାତ, ସୁଷମା ପାଢୀ, ରାଜେଶ୍ୱରୀ ପଣ୍ଡା, ଦେବୀଶ୍ରୀ ସାବତ, ଭବାନୀ ସାବତ ଙ୍କ ସହ ସମସ୍ତ କର୍ମକତ୍ତା ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମଦେବନା ଜଣାଇଥିଲେ ।