ଆକାଂକ୍ଷା ମହିଳା ସଂଗଠନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଅଗ୍ରଣୀ ମହିଳା ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ମହିଳା ଦିବସ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ମହିଳା କଲେଜର ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅତିଥିମାନଙ୍କୁ ମଞ୍ଚଉପରକ୍ୁ ଆମନ୍ତ୍ରଣ କରିଥିଲେ ସରୀତା ପାଣିଗ୍ରାହୀ । ଅନୁଷ୍ଠାନ ସଂପାଦିକା ମିନା କୁମାରୀ ଟହଲ ବାର୍ଷିକ ବିବରଣୀ ପଠା କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ଇତିଶ୍ରୀ ମହାପାତ୍ର ଲିଙ୍ଗଗତ ସମାନତା ଓ ମହିଳାମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ଉପସ୍ଥାପନ କରିଥିଲେ । ଏଥିସହ ଅନ୍ୟତମ ଅତିଥି ଅଳକା ସାହୁ (ଶିଶୁ କଲ୍ୟାଣ ସମତି ସଦସ୍ୟା) ନିଜ ବକ୍ତବ୍ୟରେ ସମାଜରେ ମହିଳାମାନଙ୍କୁ ପ୍ରତି ହେଉଥିବା ନିର୍ଯ୍ୟାତନା ବନ୍ଦ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା ଆକାଂକ୍ଷା ଉନ୍ମୋଚନ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ମହିଳା ସ୍ନାତକ ମହା ବିଦ୍ୟାଳୟର ଅଧ୍ୟକ୍ଷା ରୀନା ସାହୁ, ହରିଚନ୍ଦନ ପଟ୍ଟନାୟଙ୍କ କରକମଳରେ ହୋଇଥିଲା । ପେରେ ଅଧ୍ୟାପିକା ଡ. ନଳୀନି କୁମାରୀ ସାବତଙ୍କୁ ଆକାଂକ୍ଷା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ନିଶିଗନ୍ଧ ପୂଜାରୀ ନୃତ୍ୟ ପରିବେଷଣ କରିଥିଲେ । ଅନ୍ୟତମ ଛାତ୍ରୀ ମୀରା ପାଠୀ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ ହିନ୍ଦି କବିତା ପାଠ କରିଥିଲେ । ଭାଗ୍ୟଲକ୍ଷ୍ମୀ ନାୟକ ମହିଳାମାନେ ଆଗକୁ ବଢିବା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଡ.କଲ୍ୟାଣୀ ମିଶ୍ର ଓ ସ୍ୱର୍ଣ୍ଣପ୍ରଭା ପାଠୀ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୀତା ମିଶ୍ର, ସୁପ୍ରଭା ସ।।ହୁ, ପ୍ରଣତୀ ଦାସ, ସୁନୀତା ରଥ, ସହଯୋଗ କରିଥିଲେ । ସର୍ବଶେଷ ରେ ସୁନୀତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।