ଆକାଂକ୍ଷା ମହିଳା ସଂଗଠନ ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ନିକେତନ ଠାରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ୩୫ ଜଣରୁ ଉର୍ଦ୍ଧ୍ଵ ଅନ୍ତେବାସୀ ଙ୍କ ହାତରେ ରକ୍ଷା ବନ୍ଧନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଗୀତ ଓ ନାଚର ଆୟୋଜନ ମଧ୍ୟ କରାଯାଇଥିଲା। ଭାରତ ସ୍ଵାଧୀନ ହେବାର ଅର୍ଥାତ ଅମୃତ ମହୋତ୍ସବ ପାଳନ ସକାଶେ ଶିଶୁ ମାନଙ୍କୁ ନେଇ ଦେଶାତ୍ମବୋଧକ ଗୀତ ଓ ନାଚର ପ୍ରତିଯୋଗିତା ମଧ୍ୟ କରାଯାଇଥିଲା। ଏବଂ ପ୍ରତିଯୋଗୀତା ରେ ବିଜେତା ଶିଶୁ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନ କୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା। ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଓ ରାଖି ପିନ୍ଧାଇବା ପରେ ଶିଶୁ ମାନଙ୍କ ହାତରେ ରକ୍ଷା ବନ୍ଧନ କରାଯାଇ ମିଠା ଖୁଆଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀ, ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ, ଉପଦେଷ୍ଟା ଡଃ କଲ୍ୟାଣୀ ମିଶ୍ର, ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ନିକେତନ ର କର୍ମ କର୍ତ୍ତା ଯଥା – ଶ୍ରୀ ନରସିଂହ ଦେଓ, ଶ୍ରୀ ସୁନନ୍ତ ନାୟକ, ଶ୍ରୀ ଗଣେଶ ଓ ଅନ୍ୟାନ୍ୟ ଅନ୍ତେବାସୀ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ