ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ନିକଟସ୍ଥ ବେତାଗୁଡା ଶବର କଲୋନୀ ଠାରେ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳନ ହୋଇଯାଇଛି । ସ୍ୱର୍ଣ୍ଣପ୍ରଭା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ଅଳକା ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଡ.କଲ୍ୟାଣୀ ମିଶ୍ର, ଅନୁଷ୍ଠାନର ସମ୍ପାଦିକା ମୀନା କୁମାରୀ ଟହଲ, ଅଞ୍ଜଳିମା ଗମାଙ୍ଗ, ସୁନୀତା ବେହେରା, ସୁପ୍ରଭା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ବନ୍ଧରେ ଉପସ୍ଥିତ ଗ୍ରାମାଞ୍ଚଳର ଜନସାଧାରଣ ତଥା ମହିଳାମାନଙ୍କୁ ସୂଚନା ପ୍ରଦାନ କରିବା ସହ ଜଣେ ମାଁ କିଭଳି ଯତ୍ନବାନ ତଥା ନିସ୍ୱାର୍ଥରେ କର୍ତ୍ତବ୍ୟ ସମ୍ପାଦନା କରିଥାଏ ସେ ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଏହି ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତୀତ୍ୱ ହାସଲ କରିଥିବା ମହିଳାମାନଙ୍କୁ ଅତିିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ