ଆକାଶମାର୍ଗରୁ ବାତ୍ୟା ଅଂଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆକାଶମାର୍ଗରୁ ବାତ୍ୟା “ବୁଲ୍‌ବୁଲ୍‌’ ଦ୍ୱାରା କ୍ଷତିଗ୍ରସ୍ତ ହାଇଥିବା ଅଂଚଳ ବୁଲି ଦେଖିବେ । ମୁଖ୍ୟମନ୍ତ୍ରୀ ଅପରାହ୍ନରେ ବାତ୍ୟା ଅଂଚଳ ଆକାଶମାର୍ଗରେ ବୁଲି ଅନୁଧ୍ୟାନ କରିବା ପରେ ଲୋକସେବା ଭବନରେ ସନ୍ଧ୍ୟାରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର‌୍ୟ୍ୟ ସଂପର୍କରେ ସମୀକ୍ଷା କରିବେ ।ସୂଚନାଯୋଗ୍ୟ ବୁଲବୁଲ ଯୋଗୁଁ ଚଳିତ ମାସ ୮ ଓ ୯ ତାରିଖ ଉପକୂଳ ଓଡ଼ିଶାର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ହୋଇଛି । ବର୍ଷା ସହିତ ପବନ ଯୋଗୁଁ ଲକ୍ଷାଧିକ ଲାକ ପ୍ରଭାବିତ ହୋଇଛନ୍ତି । ସେହିପରି ବ୍ୟାପକ ପରିମାଣରେ ଖରିଫ ଫସଲ ନଷ୍ଟ ହୋଇଛି । ଧାନ ଅମଳ ପୂର୍ବରୁ ବର୍ଷା ଓ ପନରେ କ୍ଷତି ହୋଇଛି । ପବନ ଯୋଗୁଁ ପ୍ରାୟ ୫ ହଜାର ଘର ମଧ୍ୟ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁରର ଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି । ଉପକୂଳ ଓଡ଼ିଶାରେ ବର୍ଷା ତୁଳନାରେ ପବନ ଅଧିକ ହୋଇଥିବାରୁ ଫସଲ ନଷ୍ଟ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ