ଆକାଶୀ କାଠ ଓ ଟ୍ରାକ୍ଟର ଜବତ ୯ ଗିରଫ
କୋଣାର୍କ (ଗଣେଶ ବେହେରା ):ଗୁରୁବାର ସରକାରୀ ଜଂଗଲରୁ କାଠ ଚୋରି ଅଭିଯୋଗରେ ୯ଜଣ ଗିରଫ ହୋଇଥିବାବେଳେ ଗୋଟିଏ ଟ୍ରାକ୍ଟର ଜବତ ହୋଇଛି । କୋଣାର୍କ ଥାନାନ୍ତର୍ଗତ ଭଗବତୀ ଓ ନଳକଣ ଜଂଗଲରୁ ଆକାଶୀ କାଠ ଟ୍ରାକ୍ଟର ରେ ଚାଲାଣ ହେଉଥିବାବେଳେ କୋଣାର୍କ ଆରଆଇ,କୋଣାର୍କ ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ କାଠ ବୋଝେଇ ହୋଇଥିବା ଓଡି ୩୩କେ ୭୯୫୨ ଟ୍ରାକ୍ଟର,ଗୋଟିଏ କଟର ଓ ୭୭ ଖଣ୍ଡ କାଠ ଜବତ କରାଯାଇ ଥାନାକୁ ଅଣାଯାଇଥିଲା । କାଠ ଚୋରି ଅଭିଯୋଗରେ ବାନାମ୍ବର,କୈଳାସ ଗଣ୍ଠିଆ,ସୁରେନ୍ଦ୍ର, ଜଳଧଂର ଗଣ୍ଠିଆ,ଉଧବ ଖଟୁଆ,ମହନ ପ୍ରଧାନ, ପ୍ରଦୀପ ପ୍ରଧାନ, ଓକିଲ ସାହୁ,ଦୀପକ ବାରିକଙ୍କୁ କୋଣାର୍କ ପୁଲିସ ଗିରଫ କରିଥିଲା । କେସ ନଂ ୧୩୭ ଓ ୧୩୮ରେ ମାମଲା ରୁଜୁ କରାଯାଇ ଏହି ୯ଜଣଙ୍କୁ କୋଣାର୍କ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ରଂଜନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।