ଆକାଶ ଇନଷ୍ଟିଟ୍ୟୁଟ ପକ୍ଷରୁ କରୋନା ସଚେତନତା ଶୁଖିଲା ଖାଦ୍ୟ ଓ ମାସ୍କ ବଂଟନ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଆକାଶ କୋଚିଂ ଇନଷ୍ଟିଟ୍ୟୁଟ ପକ୍ଷରୁ ସହରର ସୁଇପର କଲୋନୀରେ କରୋନା ମହାମାରୀ ସମ୍ପର୍କରେ କଲୋନୀ ଅନ୍ତେବାସୀମାନଙ୍କୁ ସଚେତନ କରାଯିବା ସହ ଗରୀବଲୋକମାନଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ଓ ମାସ୍କ ବଂଟନ କରାଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ କୋଚିଂ ଇନଷ୍ଟିଟ୍ୟୁଟ ପକ୍ଷରୁ ଲୋକଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନତା କରାଯିବା ସହିତ ଗରୀବ, ଅସହାୟ,ଦୁସ୍ଥ, ଭିନ୍ନକ୍ଷମ ଓ ନିରାଶ୍ରୟମାନଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଂଟନ କରାଯାଇଥିବା ସୂଚନା ମିଳିଛି । ଅନୁଷ୍ଠାନର ଅଧ୍ୟକ୍ଷ ବେଣୁଧର ସାହୁ, ଆଇନଜୀବି ବିଧୁଭୂଷଣ ମହାପାତ୍ର, ସୂର୍ଯ୍ୟକାନ୍ତ ସାହୁ , ନରେନ୍ଦ୍ର କୁମାର ଦାସ, ଅମୀୟ କୁମାର ଭୋଳ, କେଶବ ରାଉତ ପ୍ରମୁଖ ଲୋକମାନଙ୍କୁ ସଚେତନ କରିବା ସହିତ ଶୁଖିଲା ଖାଦ୍ୟ ପୁଡିଆ ଓ ମାସ୍କ ବଂଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ