ଆକାଶ କୋଚିଂ ଇନଷ୍ଟିଟ୍ୟୁଟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଂଟନ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଆକାଶ କୋଚିଂ ଇନଷ୍ଟିଟ୍ୟୁଟ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ କରୋନା ଯୋଦ୍ଧାମାନଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ଓ ମାସ୍କ ବଂଟନ କରାଯାଇଛି । କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ଉପସ୍ଥିତିରେ କରୋନା ଯୋଦ୍ଧା ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ମାସ୍କ ବଂଟନ କରାଯିବା ସହିତ ଶୁଖିଲା ଖାଦ୍ୟ ମଧ୍ୟ ବଂଟନ କରାଯାଇଛି । ପୂର୍ବରୁ ମଧ୍ୟ ତିନିମୁହାଣି ଛକରେ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ କୋଚିଂ ଇନଷ୍ଟିଟ୍ୟୁଟ ପକ୍ଷରୁ ଲୋକଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନତା କରାଯିବା ସହିତ ଗରୀବ, ଅସହାୟ,ଦୁସ୍ଥ, ଭିନ୍ନକ୍ଷମ ଓ ନିରାଶ୍ରୟମାନଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଂଟନ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବେଣୁଧର ସାହୁ, ଆଇନଜୀବି ବିଧୁଭୂଷଣ ମହାପାତ୍ର, ସୂର୍ଯ୍ୟକାନ୍ତ ସାହୁ ପ୍ରମୁଖ ଏହି ଶୁଖିଲା ଖାଦ୍ୟ ପୁଡିଆ ଓ ମାସ୍କ ବଂଟନ କରିଥିଲେ ।


