ଆକାଶ କୋଚିଂ ପକ୍ଷରୁ ସହାୟତା ପ୍ରଦାନ
କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ) : କରୋନା ମହାମାରୀ ସମୟରେ ରେସନକାର୍ଡ ନଥିବା,ଖାଇବାକୁ ପାଉନଥିବା ନିସଃହାୟ,ଦୁଃଖି ଦରିଦ୍ର, ଭିନ୍ନକ୍ଷମ ତଥା ଭୋକଉପାସରେ ରହୁଥିବା ଏବଂ ଅଗ୍ନିବିପନ୍ନଙ୍କୁ ଆକାଶ କୋଚିଂ ଇନଷ୍ଟିଟ୍ୟୁଟ ପକ୍ଷରୁ ସହାୟତା ଯୋଗାଇ ଦେଇଆସୁଛି । ଇନଷ୍ଟିଟ୍ୟୁଟର ନିର୍ଦେଶକ ଅଧ୍ୟାପକ ବେଣୁଧର ସାହୁ ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମ ପଂଚାୟତରେ ଥିବା ସମୟରେ ମନ୍ମଥ ସାରେ ତାଙ୍କୁ ଜଣାଇଥିଲେ ଯେ ବିଜୟନଗର ଗ୍ରାମର କାର୍ତ୍ତିକ ଚନ୍ଦ୍ର ସାହୁ ୪ବର୍ଷ ହେବ ପକ୍ଷାଘାତ ରୋଗରେ ପିଡିତ ହୋଇ କୈାଣସି ସରକାରୀ ସହାୟତା ପାଇନାହାନ୍ତି । ଅନ୍ୟପକ୍ଷରେ ତାଙ୍କ ଝିଅ ମଧ୍ୟ ମାନସିକ ବିକାରଗସ୍ତ ଥାଇ ଚିକିତ୍ସା ପାଇପାରୁ ନଥିବା ବେଳେ ତାଙ୍କ ପତ୍ନୀ ଓ ଛୋଟ ପୁଅ ଏମାନଙ୍କୁ ବଂଚାଇବା ପାଇଁ ମୁଲ ଲାଗୁଛନ୍ତି । ଗୁଣ୍ଠେ ଜମିନଥିବା ଏହି ପରିବାର ସମ୍ପର୍କରେ ଖବର ପାଇ ଆକାଶ କୋଚିଂର ନିର୍ଦେଶକ ଅଧ୍ୟାପକ ଶ୍ରୀ ସାହୁ ସେଠାରେ ପହଁଚି ଚାଉଳ, ଡିଲି, ଆଳୁ, ତେଲ, ବିସ୍କୁଟ ପ୍ରଭୃତି ପ୍ରଦାନ କରିଛନ୍ତି । ଏଥିସହିତ ଏହି ପରିବାରଟିକୁ ସରକାରୀ ସହାୟତା ଓ ଆବାସ ଯୋଜନାରେ ଗୃହ ଯୋଗାଇଦେବାକୁ ଅଧ୍ୟାପକ ଶ୍ରୀ ସାହୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।