ଆକାଶ ନାଲି ରଙ୍ଗରେ ରଙ୍ଗୀନ ହୋଇଯିବାକୁ ନେଇ ଚର୍ଚ୍ଚା
ନିମାପଡ଼ା, (ସନ୍ତୋଷ ଦାଶ):ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ବାତ୍ୟା ରୂପ ନେଇ ଓଡ଼ିଶା ଉପକୂଳ ମୁହାଁ ହୋଇଛି। ଯଦିଓ ପାଣିପାଗ ବିଭାଗ କହୁଛି ଏହା ରିକର୍ଭ ହୋଇ ବାଂଲା ଦେଶ ମୁହାଁ ଯିବ ତେବେବି ଉପକୂଳ ବାସୀ ଆଶା ଆଶଙ୍କା ରେ ରହିଛନ୍ତି। ସମସ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପ୍ରାଥନା କରୁଛନ୍ତି ବାତ୍ୟା ବିପଦ ଟଳିଯାଉ। ଏହି ସମୟ ରେ ଏକ ରୋଚକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା। ଆଜି ସଂଧ୍ୟା ରେ ସମଗ୍ର ପୁରୀ ଜିଲ୍ଲାର ଆକାଶ ହଟାତ ନାଲି ରଙ୍ଗରେ ରଙ୍ଗୀନ ହୋଇଯାଇଥିଲା। କେହି ଏହାକୁ ଅଶୁଭ ସଙ୍କେତ କହୁଥିବା ବେଳେ ଆଉ କେତେକ ବାତ୍ୟା ପୂର୍ବରୁ ପ୍ରକୃତି ନାଲି ରଙ୍ଗରେ ରଙ୍ଗୀନ ହୋଇ ଓଡିଶାବାସୀ ଙ୍କୁ ସତର୍କ କରାଇଦେଇଥିବା କହୁଛନ୍ତି। ଆକାଶ ନାଲି ରଙ୍ଗରେ ରଙ୍ଗୀନ ହୋଇଯିବା ଘଟଣା ଏବେ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ବହୁ ଯୁବକ ଆକାଶ ର ଏହି ରଙ୍ଗୀନ ରୂପ କୁ ନିଜ ମୋବାଇଲ ରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା।


