ଆକାଶ ବାଣୀ ବ୍ରହ୍ମପୁରରେ ଆମରି ଗାଁ କାର୍ଯ୍ୟକ୍ରମ
(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଡକୋଦଣ୍ଡାରେ ଆକାଶ ବାଣୀ ବ୍ରହ୍ମପୁରରେ ଆମରି ଗାଁ କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଆକାଶ ବାଣୀ ବ୍ରହ୍ମପୁରର କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀ ହୃଷିକେଶ ପାଣିଗ୍ରାହୀ, ସାଥୀ ସହଯୋଗୀ ଶ୍ରୀ ନଳନୀକାନ୍ତ ଗୌଡ,ଡି. ସୌମ୍ୟ ପ୍ରମୁଖ ଯୋଗ ଦେଇଥଲେ ।କାର୍ଯ୍ୟକ୍ରମରେ ବଡକୋଦଣ୍ଡାର ଆବାଳବୃଦ୍ଧବନିତା ଯୋଗଦେଇ ନିଜ ଗାଁର ଅପୂର୍ବ ପରମ୍ପରା କଳା,ସଂସ୍କୃତି,କାରୁକର୍ଯ୍ୟ,ଶିକ୍ଷା,ସ୍ବାସ୍ଥ୍ୟ,କୃଷି,କାରୀଗରି ବିଦ୍ୟା ଆଦି କୁ ବଖାଣିଥଲେ । ବଡକୋଦଣ୍ଡା ସୂତା କଣ୍ଢେଇ ଖେଳର ଏନ୍ତୁଡିଶାଳ ହୋଇଥିବାରୁ ଓ ଏଠାରେ କାର୍ତ୍ତିକ ପୂର୍ଣ୍ଣିମାରେ ଆୟୋଜିତ ହେଉଥିବା ଡେରା ବେଶ ପୃଥିବୀ ପ୍ରସିଦ୍ଧ ହୋଇଥିବାରୁ ଆକାଶବାଣୀର ନିର୍ଦ୍ଦେଶକ କିଛି କଣ୍ଢେଇ ତିଆରି କାରିଗର, କଣ୍ଢେଇ ନୃତ୍ୟ ପ୍ରଦର୍ଶନ କରୀ ତଥା କଣ୍ଢେଇ ଅପେରା ଦଳର ଗୁରୁ ଲଡୁକିଶୋର ସାହୁ ,ଚୈତନ୍ୟ ବେହେରା,ହାଡିବନ୍ଧୁ ବିଷୋୟୀ ତଥା ଚୈତନ୍ୟ ବେହେରା,ସୁଶାନ୍ତ ପାଣିଗ୍ରାହୀ,ଅଜୟ ବିଷୋୟୀଙ୍କ ପରି କିଛିକଣ୍ଢେଇ ଅପେରା ମାଲିକଙ୍କୁ ଭେଟି ଏହି କଳାର ଜନ୍ମ ବୃତ୍ତାନ୍ତ ପରାରି ବୁଝିଥିଲେ । ପରେ କିଛି କଳାକାର ଉପସ୍ଥିତ ରହି ନିଜର କଳା ପ୍ରଦର୍ଶନ କରିଥଲେ ।କୁନି କୁନି ଶିଶୁଙ୍କ ଦ୍ବାରା ମୃଦଙ୍ଗ,ଘଣ୍ଟ,ଗିନି ବଜାଇ ଗୀତଗାଇ ସ୍ବାଗତ କରିବାର ଦୃଶ୍ୟ ନିଆରା ଥିଲା । । ପରେ ବଡକୋଦଣ୍ଡା ର କିଛି ବୁଦ୍ଧିଜିବୀ,କଳାକାର ସୁରେନ୍ଦ୍ର ନାଥ ସ୍ବାଇଁ,,ମଳୟ ବେହେରା,ରଞ୍ଜନ ସେଠୀ,ଉମାକାନ୍ତ ମିଶ୍ର ଓ କିଛି ଶିକ୍ଷକ,କୃଷକ,ଶିଳ୍ପୀ,କଳାକାର,କାରିଗର ନିଜ ଗାଁର ପ୍ରତି ଟି ଦିଗ ଉପରେ ନିଜର ମତାମତ ଦେଇଥଲେ । ଶେଷରେ ଉପସ୍ଥିତ ଜନତା ଙ୍କ ଦ୍ବାରା ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଧନା ଦିଆଯାଇଥିଲା । ଡଃ ସୁରେଶ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମରେ ସହାୟତା କରିଥିଲାବେଳେ ,ଏହି ଗାଁର ଯୁବକ ତ୍ରିନାଥ ବେହାର ସମସ୍ତ ଦାୟିତ୍ବ ନେଇ କାର୍ଯ୍ୟକ୍ରମ ସଂପାଦନ କରିଥିଲେ । ଚିରଞ୍ଜିବୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।