‘ଆକ୍ଟ, କନେକ୍ଟ ଓ ରିଫ୍ଲେକ୍ଟ’ ଜାତୀୟ ଆଲୋଚନା ଚକ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : କଳାରେ ଉକ୍ରର୍ଷତା ଲାଭ କରିଥିବାରୁ ଓଡ଼ିଶାର ଅନ୍ୟନାମ ଉକ୍ରଳ । ସେହିପରି ଦିନ ଥିଲା ଭାରତ ଆଜି ଯେମିତି କୃଷିପ୍ରଧାନ ଦେଶ କୁହାଯାଉଛି ତାହା ଥିଲା କଳା ପ୍ରଧାନ ଦେଶ । କଳାକୁ ଜୀବନ ଓ ଜୀବିକା କରୁଥିଲେ ଶିଳ୍ପୀକୂଳ ଓ ଯାହାର ଫଳସ୍ୱରୂପ ପ୍ରସ୍ତର ମନ୍ଦିର ଭାସ୍କର୍ଯ୍ୟରେ ଓ ପାରମ୍ପରିକ କଳାରେ ପରିପୂର୍ଣ୍ଣ ଥିଲା ଭାରତବର୍ଷର୍ । ଶାନ୍ତିସ୍ତୁପ ନିକଟସ୍ଥ ଧଉଳି •ରୁକଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ତିନିଦିନିଆ କଳା ଉତ୍ସବ ଅବସରରେ ୨୬ଜଣ ଚିତ୍ରଶିଳ୍ପୀ ଓ କଳା ଗବେଷକଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ଏକ ଜାତୀୟ କଳା ଆଲୋଚନା ଚକ୍ର । ଏହି ଆଲୋଚନାରେ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି କମଳାକାନ୍ତ ମିଶ୍ର ଓ ବରିଷ୍ଠ କଳା ଐତିହାସିକ ଡ. ଅଲେଖ ଚରଣ ସାହୁ ଯୋଗଦେଇ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହିତ ସମ୍ମାନିତ କରିଥିଲେ । ଏଥିରେ ରାଜସ୍ଥାନରୁ ଅମିତି କଳା ଓ ବୋକାରରୁ ଡ. ପିଏନ୍ ପାଣ୍ଡେ, ସରୋଜ କୁମାର ମିଶ୍ର, ସୁଦିପ୍ତ ସିହ୍ନା, ହାଇଦ୍ରାବାଦରୁ ଏମ୍. ରମେଶ, ଓଡ଼ିଶାରୁ ପ୍ରବୀର କୁମାର ଦଳାଇ, ଚନ୍ତାମଣି ବିଶ୍ୱାଳ, ରାମଶଙ୍କର ସାହୁ, ଦେବାର୍ଚ୍ଚନ ରାଉତ ଚକ୍ରଧର ବେହେରା, ପଞ୍ଚାନନ ସାମଲ, ମୀନକେତନ ପଟ୍ଟନାୟକ, କୋଲକତାରୁ ସୋମନାଥ ତାମଲି, ରାମଶଙ୍କର ସାହୁ ପ୍ରମୁଖ ଅଂଶଗ୍ରହଣ କରି ସୌନ୍ଦର୍ଯ୍ୟ ଓ କଳାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଯାହାକି ଶିଳ୍ପୀମାନଙ୍କୁ ନୂତନ ସୃଜନର ଖୋରାକ ଯୋଗାଇବା ସହ ଛାତ୍ରଛାତ୍ରୀଙ୍କ ସୃଜନର ପଥ ପରିସ୍କାର କରିବ ବୋଲି ମତପ୍ରକାଶ ପାଇଥିଲା । ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଧଉଳି ସରପଞ୍ଚ ଶ୍ରୀମତୀ ପୂର୍ଣ୍ଣିମା ସାହୁ ଯୋଗଦେଇ ଜାତୀୟ କଳା ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ଓ ଶିଳ୍ପୀଙ୍କ ଚିତ୍ରର ଭୂୟସୀ ପ୍ରଶଂସା କରିଥିଲେ । ଏଥିସହିତ ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଆଣ୍ଡ କଲ୍ଚର ଓ ଧଉଳି •ରୁକଳା ମହାବିଦ୍ୟାଳୟ ଦ୍ୱାରା ଜାତୀୟ ଚିତ୍ରକଳା ଆୟୋଜନ ପାଇଁ ସାଧୁବାଦ ଜଣାଇଥିଲେ । ବାହର ରାଜ୍ୟରୁ ଆସିଥିବା ୫ଜଣ ଶିଳ୍ପୀଙ୍କୁ ମନ୍ତ୍ରୀ ଶ୍ରୀ ପଣ୍ଡା ସମ୍ମାନିତ କରିଥିଲେ । ଆସନ୍ତା କାଲି ଏକ ଡ୍ରଇଁ କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଧଉଳି •ରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ ସାମଲ ଜଣାଇଛନ୍ତି ।


