ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଏସପିଙ୍କୁ ଗୁହାରୀ

ବାଲେଶ୍ୱର, (ସରୋଜ ପଣ୍ଡା) : ସଂଘବଦ୍ଧ ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଥାନାଧିକାରୀଙ୍କ କାଳକ୍ଷେପଣ ନୀତିକୁ ନେଇ ଜିଲା ଆରକ୍ଷୀ ଅଧୀକ୍ଷକଙ୍କଠାରେ ଫେରାଦ ହୋଇଛନ୍ତି ବାଲିଆପାଳ ଅଞ୍ଚଳର ରାମହରି ଜେନା । ପୂର୍ବରୁ ତାଙ୍କ ଦ୍ୱାରା ହୋଇଥିବା ଏକ ମାମଲାର ଅଭିଯୁକ୍ତମାନେ ତାଙ୍କୁ ଓ ସାକ୍ଷୀମାନଙ୍କୁ ଜୀବନରୁ ମାରିଦେବା ନେଇ ବାରମ୍ବାର ଧମକ ଚମକ ଦେଉଥିବା ବେଳେ ଏନେଇ ବାଲେଶ୍ୱର ଏସଡିଜେଏମ କୋର୍ଟରେ ଶ୍ରୀ ଜେନା ଏକ ମାମଲା ରୁଜୁ କରିଥିଲେ । ତେବେ ଏନେଇ ପ୍ରଥମେ ଥାନାରେ ଏକ ମାମଲା ରୁଜୁ ପାଇଁ ସହଦେବଖୁଣ୍ଟା ଥାନାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଥାନାଧିକାରୀ ମାମଲା ରୁଜୁ କରୁନଥିବା ଶ୍ରୀ ଜେନା ଏସପିଙ୍କୁ ଅବଗତ କରିଛନ୍ତି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନେବାକୁ ସେ ନିବେଦନ କରିବା ସହ ଏକ ପ୍ରାର୍ଥନାପତ୍ର ଏସପିଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ