ଆକ୍ରମଣକାରୀ ଅଭିଯୁକ୍ତ ଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ସହକାରୀ ଦୌରାଜଜ ନିଳିମା ପଣ୍ଡା ଏକ ଆକ୍ରମଣ ମାମଲାର ବିଚାର କରି ଦଫା ୩୦୭ରେ ଅଭିଯୁକ୍ତ ଙ୍କୁ ୩ବର୍ଷ କାରାଦଣ୍ଡ ଓ ୧୦୦୦ଟଙ୍କା ଜୋରିମାନା ପ୍ରଦାନ କରିଛନ୍ତି।ଜୋରିମାନା ଅନାଦେୟରେ ୬ମାସ ସଶ୍ରମ କାରାଦଣ୍ଡାଦେଶ ଏବଂ ଦଫା ୩୪୧ରେ ୩ମାସ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।ପ୍ରକାଶ ଯେ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ତୋରିହବନ୍ଧ ଗ୍ରାମର ସପନି ପ୍ରଧାନଙ୍କ ପୁଅ ରଶ୍ମିରଞ୍ଜନ ୨୦୦୪ ମସିହା ଜୁନ୍ ମାସ ୨୩ ତାରିଖ ସକାଳ ସମୟରେ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ପୂର୍ବଶତ୍ରୁତା କୁ କେନ୍ଦ୍ରକରି ସେଠାରେ ଆଗରୁ ଛକି ରହିଥିବା ସେହି ଗ୍ରାମର କଣ୍ଠ ରାୟଙ୍କ ପୁଅ କାହ୍ନୁଚରଣ ରାୟ,କରୁଣାକର ରାୟ ଓ ଦୀନବନ୍ଧୁ ରାୟ ମିଶି ରଶ୍ମିରଞ୍ଜନକୁ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ।ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା।ଏହି ଘଟଣାରେ ରଶ୍ମିରଞ୍ଜନଙ୍କ ଦାଦା କୈଳାସ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ।ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତିକରି ସହକାରୀ ଦୌରାଜଜ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।ସରକାରଙ୍କ ପକ୍ଷରୁ ଆଡିସିନାଲ ପି.ପି ବ୍ରହ୍ମାନନ୍ଦ ପ୍ରଧାନ ମାମଲା ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ