ଆକ୍ରମଣକାରୀ ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ପୋଲିସ ଏକ ଆକ୍ରମଣ ଘଟଣାରେ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ପ୍ରାପ୍ତ ତଥ୍ୟ ଅନୁସାରେ ଜଗନ୍ନାଥ ପ୍ରସାଦ ଗ୍ରାମର ପ୍ରକାଶ ମଲ୍ଲିକ ଗତ ଅକ୍ଟୋବର ମାସରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କ ପଡୋଶୀ ଙ୍କୁ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲା । ଏଥିରେ ପଡୋଶୀ ଗୁରୁତର ଆହତ ହୋଇ ଚିକିତ୍ସିତ ହୋଇଥିବାବେଳେ ଅଭିଯୋଗକୁ ଭିତ୍ତି କରି ପୋଲିସ ସଂପୃକ୍ତ ଯୁବକ ନାମରେ ବିଭିନ୍ନ ଦଫା ଲଗାଇ ମାମଲା ରୁଜୁ କରିଥିଲା ।ଘଟଣା ଦିନ ଠାରୁ ଆକ୍ରମଣ କାରି ଯୁବକ ଫେରାର ଥିବାବେଳେ ପୋଲିସ ଗତକାଲି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ